ଭୁବନେଶ୍ୱର :କିଟ୍‌ରେ ଚାଲିଥିବା ଦ୍ୱାଦଶ ଇଣ୍ଟରନ୍ୟାସନାଲ କ୍ୟାଲିବର ୨୦୧୯ ଉଦଘାଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୃଷିମନ୍ତ୍ରୀ ଅରୁଣ ସାହୁ ଯୋଗଦେଇଥିଲେ । ପୂର୍ବରୁ ଛାତ୍ରଛାତ୍ରୀମାନେ ପାଠାଗାରରେ ଅଧିକ ସମୟ ବିତାଉଥିଲେ, ହେଲେ ଏବେ ଇଣ୍ଟରନେଟର ସହାୟତା ନେଉଛନ୍ତି । ବର୍ତ୍ତମାନ ପିଢ଼ିର ଛାତ୍ରଛାତ୍ରୀମାନଙ୍କ ଧର୍ଯ୍ୟର ଅଭାବ ପାଠାଗାର ପ୍ରତି ସମସ୍ତଙ୍କର ଆଗ୍ରହ ବୃଦ୍ଧି ଲାଗି ସଚେତନତା ସୃଷ୍ଟି  ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ପାଠ୍ୟପୁସ୍ତକ ଯେପରି ଗୋଟିଏ ଡିଜିଟାଲ ପ୍ଲାଟଫର୍ମରେ ମିଳିପାରିବ ସେଥିପାଇଁ ଡିଜିଟାଲ ସୁଟକେସ ଉପରେ ଗୁରୁତ୍ୱ ଦିଆଯାଇଛି । ଇନଫ୍ଲିବ୍‌ନେଟ୍‌ ପକ୍ଷରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରାଯାଇ ବିଭିନ୍ନ ଆପ୍‌ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଜଣେ ଛାତ୍ର ଚାହିଁଲେ ଗୋଟିଏ ସ୍ଥାନରେ ବସି କିଟ୍‌ରେ ଥିବା ସମସ୍ତ ପାଠାଗାର ବ୍ୟବହାର କରିପାରିବ ବୋଲି କହିଥିଲେ କିଟ୍‌ ବିଶ୍ୱ ବିଦ୍ୟାଳୟ ଉପକୁଳପତି ଫ୍ରଫେସର ସସ୍ମିତାରାଣୀ ସାମନ୍ତ । କିଟ୍‌ ବିଶ୍ୱବିଦ୍ୟାଳୟ ଓ ଗାନ୍ଧୀନଗର ଇନଫରମେସନ ଆଣ୍ଡ ଲାଇବ୍ରେରୀ ନେଟଓ୍ଵର୍କ ମିଳିତ ସହଯୋଗରେ କ୍ୟାଲିବର ୨୦୧୯ ଆୟୋଜନ କରାଯାଇଛି ।