ଭୁବନେଶ୍ବର : ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୯ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୫ଜଣଙ୍କର ମୃତ୍ଯୁ ହୋଇଥିବାବେଳେ, ଏଠାରେ ସମୁଦାୟ ମୃତ୍ୟୁସଂଖ୍ୟା ୧୧୭କୁ ବୃଦ୍ଧି ପାଇଛି । ଏହାବ୍ଯତିତ ଖୋର୍ଦ୍ଧା, ସୁନ୍ଦରଗଡ,କେନ୍ଦୁଝର, ଗଜପତିରୁ ଜଣେ ଲେଖାଏଁ କରୋନା ରୋଗୀ ମୃତ୍ଯୁବରଣ କରିଥିବା ଜଣାପଡିଛି।
Regret to inform of the demise of nine Covid positive patients while under treatment in hospitals.
1. A 42 year old Male of Ganjam district who was also suffering from Diabetes & Acute Kidney Injury.
— H & FW Dept Odisha (@HFWOdisha) August 5, 2020
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ଗଜପତିରୁ, କେନ୍ଦୁଝର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।
2. A 55 year old male of Sundergarh district who was also suffering from Diabetes.
3. A 52 year old female of Ganjam district.
4. A 59 year old male of Ganjam district.
5. A 27 year old male of Gajapati district.
— H & FW Dept Odisha (@HFWOdisha) August 5, 2020
ଗଞ୍ଜାମରୁ ମୃତ୍ୟୁ ଘଟିଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କର କରୋନା ସଂକ୍ରମଣ ପୂର୍ବରୁ ଅଲଗା ରୋଗ ଥିଲା। ଗଞ୍ଜାମର ୪୨ ବର୍ଷିଅ ବ୍ୟକ୍ତିଙ୍କର ପୂର୍ବରୁ ମଧୁମେହ ଥିବା ବେଳେ ୫୩ ବର୍ଷିଅ ବ୍ୟକ୍ତିଙ୍କର ହାଇପରଟେନ୍ସନ ଥିଲା ଓ ୬୩ ବର୍ଷିଅ ବ୍ୟକ୍ତିଙ୍କର ମଧୁମେହ ସହ କିଡ୍ନି ରୋଗ ମଧ୍ୟ ଥିଲା। ସେହିପରି ୫୫ ବର୍ଷ ବୟସ୍କ ସୁନ୍ଦରଗଡ଼ର ବ୍ୟକ୍ତି ଓ କେନ୍ଦୁଝରର ୨୧ ବର୍ଷିଅ ଯୁବକଙ୍କର ପୂର୍ବରୁ ମଧୁମେହ ରହିଥିଲା
6. A 53 year old male of Ganjam district who was also suffering from Hypertension.
7. A 21 year old male of Keonjhar district who was also suffering from Diabetes (Type-I).
8. A 60 year old female of Khordha district.
— H & FW Dept Odisha (@HFWOdisha) August 5, 2020
9. A 63 year old male of Ganjam district who was also suffering from Uncontrolled Diabetes and Chronic Kidney Disease.
— H & FW Dept Odisha (@HFWOdisha) August 5, 2020