Home ଦେଶ- ବିଦେଶ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮, ୦୦୦ ଟପିଲା; ଚବିଶ ଘଣ୍ଟାରେ ୩, ୭୨୨ ଜଣ...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮, ୦୦୦ ଟପିଲା; ଚବିଶ ଘଣ୍ଟାରେ ୩, ୭୨୨ ଜଣ ସଂକ୍ରମିତ

ନୂଆଦିଲ୍ଲୀ: ମେ ୧୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୭୮୦୦୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୬୨୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୨୫୪୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪୭ ଜଣ, ଆସାମରେ ୨ ଜଣ, ବିହାରରେ ୭ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୦୬ ଜଣ, ଗୁଜରାଟରେ ୫୬୬ ଜଣ, ହରିୟାଣାରେ ୧୧ ଜଣ, ହିମାଚଳ ପ୍ରଦେଶରେ ୨ ଜଣ, ଜମ୍ମୁ ଓ କଶ୍ମୀରରେ ୧୧ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୩ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୩୨ ଜଣ, ମହାରାଷ୍ଟ୍ରରେ ୯୭୫ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩ ଜଣ, ପୁଦ୍ଦୁଚେରୀରେ ୧ଜଣ ପଞ୍ଜାବରେ ୩୨ ଜଣ, ରାଜସ୍ଥାନରେ ୧୨୧ ଜଣ, ତାମିଲନାଡୁରେ ୬୪ ଜଣ, ତେଲେଙ୍ଗାନାରେ ୩୪ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୮୩ ଜଣ ଏବଂ ପଶ୍ଚମବଙ୍ଗରେ ୨୦୭ ଜଣ ।