ଭୁବନେଶ୍ୱର : ରାଜ୍ୟ ପାଇଁ ଖୁସି ଖବର । ପୁଣି ୨୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା କରୋନା ପଜିଟିଭଙ୍କ ମଧ୍ୟରୁ ୧୯ ଜଣ ଗଞ୍ଜାମର ହୋଇଥିବା ବେଳେ ଯାଜପୁରରୁ ୩ ଓ ୨ଜଣ ବାଲେଶ୍ୱରର ରହିଛନ୍ତି ।
ଏହାପୂର୍ବରୁ ରବିବର ସକାଳେ ଆଉ ୩୦ ଜଣ କରୋନା ପଜିଟିଭ୍ ସୁସ୍ଥ ହୋଇଥିଲେ । ବର୍ତ୍ତମାନ ଆହୁରି ୨୪ଜଣ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୨୨୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
Another 24 patients have recovered from COVID-19 and are being discharged.
19 are from Ganjam.
3 are from Jajpur
2 are from Balasore
The number of recovered cases of Odisha now stands at 220.
— H & FW Dept Odisha (@HFWOdisha) May 17, 2020
ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯ଜଣ ଗଞ୍ଜାମର ହୋଇଥିବା ବେଳେ ୩ଜଣ ଯାଜପୁର ଓ ୨ଜଣ ବାଲେଶ୍ୱରର ବୋଲି ସୂଚନା ମିଳିଛି ।
ସକାଳେ ସୁସ୍ଥ ହୋଇଥିବା ୩୦ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୨୮ ଜଣ, ବାଲେଶ୍ବର ଜିଲ୍ଲାରୁ ଜଣେ ଏବଂ କଟକ ଜିଲ୍ଲାରୁ ଜଣେ ରହିଛନ୍ତି । ସମସ୍ତେ ଶନିବାର ଦିନ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ ୮୨୮ଟି ପଜିଟିଭ କେସ ଥିବା ବେଳେ ୨୨୦ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୬୦୪ଟି ସକ୍ରିୟ କେସ ଥିବା ବେଳେ ୪ଜଣ ପ୍ରାଣ ହରାଇଛନ୍ତି ।