Home ରାଜ୍ୟ ଆଜିଠୁ ଖୋଲିଲା ପ୍ରସିଦ୍ଧ ବାବା ଧବଳେଶ୍ଵରଙ୍କ ମନ୍ଦିର

ଆଜିଠୁ ଖୋଲିଲା ପ୍ରସିଦ୍ଧ ବାବା ଧବଳେଶ୍ଵରଙ୍କ ମନ୍ଦିର

କଟକ : ଆଜିଠୁ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ମନ୍ଦିର। ସରକାରଙ୍କ କୋଭିଡ ନିୟମ ଅନୁସାରେ ଖୋଲିଛି ବାବା ଧବଳେଶ୍ୱରଙ୍କ ପୀଠ । ଆଜି ପୂଜକଙ୍କ ପରିବାର , ୯ ଓ ୧୦ରେ ମଞ୍ଚେଶ୍ଵର ପଞ୍ଚାୟତ ଓ ୧୧ ତାରିଖରୁ ସର୍ବସାଧାରଣ ଦର୍ଶନ କରିପାରିବେ। ଗୋଟିଏ ଥରରେ ୫୦ ଜଣ ଭକ୍ତ ୬ଫୁଟ ଦୂରତା ରଖି ମନ୍ଦିର ପରିସରରେ ଦର୍ଶନ କରିବେ। ପ୍ରତିଦିନ ସକାଳ ଛଅ ଘଟିକାରୁ ସନ୍ଧ୍ୟା ସାତ ଘଟିକା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି।