ଭୁବନେଶ୍ବର: ଆଜି ରାଜ୍ୟରେ ୨୨୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୪୧୬ ଓ ସ୍ଥାନୀୟ ଅଞ୍ଚଳରୁ ୮୨୩ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪,୫୩୩କୁ ବୃଦ୍ଧି ପାଇଛି।
22. Nawarangpur: 14
23. Nayagarh: 147
24. Nuapada: 8
25. Puri: 40
26. Rayagada: 120
27. Sambalpur: 53
28. Sonepur: 24
29. Sundargarh: 64New Recoveries: 1503
Cumulative Tested: 1009454
Positive: 64533
Recovered: 43779
Active Cases: 20339— I & PR Department, Odisha (@IPR_Odisha) August 18, 2020
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯, ଗଞ୍ଜାମ ଜିଲ୍ଲାରୁ ୨୪୬, ନୟାଗଡ଼ରୁ ୧୪୭, ବାଲେଶ୍ବର ଜିଲ୍ଲାରୁ ୧୩୦, ରାୟଗଡ଼ାରୁ ୧୨୦, କଟକ ଜିଲ୍ଲାରୁ ୧୧୭ ଜଣ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଅପରପକ୍ଷରେ ଅନୁଗୁଳ ଜିଲ୍ଲାରୁ ୬, ବରଗଡ଼ ଜିଲ୍ଲାରୁ ୫୧, ଭଦ୍ରକ ଜିଲ୍ଲାରୁ ୭୩, ବଲାଙ୍ଗୀର ଜିଲ୍ଲାରୁ ୬୬, ବୌଦ୍ଧ ଜିଲ୍ଲାରୁ ୫୩, ଢେଙ୍କାନାଳ ଜିଲ୍ଲାରୁ ୩୬, ଗଜପତି ଜିଲ୍ଲାରୁ ୪୨, ଜଗତସିଂହପୁର ଜିଲ୍ଲାରୁ ୨୬, ଯାଜପୁର ଜିଲ୍ଲାରୁ ୭୫, ଝାରସୁଗୁଡ଼ା ଜିଲ୍ଲାରୁ ୧୩, କଳାହାଣ୍ଡି ଜିଲ୍ଲାରୁ ୨୧, କନ୍ଧମାଳ ଜିଲ୍ଲାରୁ ୯୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭, କେନ୍ଦୁଝର ଜିଲ୍ଲାରୁ ୭୨, କୋରାପୁଟ ଜିଲ୍ଲାରୁ ୯୧, ମାଲକାନଗିରି ଜିଲ୍ଲାରୁ ୫୫, ମୟୂରଭଞ୍ଜ ଜିଲ୍ଲାରୁ ୮୦, ନବରଙ୍ଗପୁର ଜିଲ୍ଲାରୁ ୧୪, ନୂଆପଡ଼ା ଜିଲ୍ଲାରୁ ୮, ପୁରୀ ଜିଲ୍ଲାରୁ ୪୦, ସମ୍ବଲପୁର ଜିଲ୍ଲାରୁ ୫୩, ସୋନପୁର ଜିଲ୍ଲାରୁ ୨୪ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୪୩,୭୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦,୩୩୯ ରହିଛି।