ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ସେବାଶ୍ରମ ହାଇସ୍କୁଲରେ ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ପଦବି ପୂରଣ ପାଇଁ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ଛାତ୍ରମାନେ ପ୍ରବଳ ଥଣ୍ଡାରେ ୨୬ କିଲୋମିଟର ଚାଲି ଚାଲି ବେଲଘରରୁ ଘାଟି ପାହାଡ ଅତିକ୍ରମ କରି ତୁମୁଡିବନ୍ଧରେ ପହଞ୍ଚିଛନ୍ତି । ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ଆବଶ୍ୟକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନଥିବାରୁ ଛାତ୍ରମାନେ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି । ଛାତ୍ରମାନେ ହଷ୍ଟେଲ ଛାଡିବା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏଯାଏ ପ୍ରଶାସନ ଛାତ୍ରଙ୍କ ପାଖରେ ପହଞ୍ଚି ପାରିନି।