Home ରାଜ୍ୟ ଆଜି ସରୁଛି ଆକାଶ ପାଠକଙ୍କ ରିମାଣ୍ଡ ଅବଧି

ଆଜି ସରୁଛି ଆକାଶ ପାଠକଙ୍କ ରିମାଣ୍ଡ ଅବଧି

ଭୁବନେଶ୍ବର: ଆଜି ସରୁଛି ଆକାଶ ପାଠକଙ୍କ ରିମାଣ୍ଡ ଅବଧି । ପାଞ୍ଚ ଦିନ ରିମାଣ୍ଡରେ ନେଇ ତାଙ୍କଠାରୁ ଚାକିରି ଜାଲିଆତି ମାମଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ ।

ଟାଟାରେ ଚାକିରି ଦେବାକୁ କହି କେତେ ଜଣ ଆଶାୟୀଙ୍କଠାରୁ ଆଦାୟ କରିଛନ୍ତି ଟଙ୍କା ? କେଉଁମାନେ ସାଜିଥିଲେ ମିଡିଲ୍‌ ମିଡିଲମ୍ୟାନ୍‌ ? କେମିତି ବିଛାଇଥିଲେ ଜାଲ୍‌ ନେଟଓ୍ଵର୍କ ? ଏକାକୀ ମାଷ୍ଟରମାଇଣ୍ଡ ନା ଆଉ କେଉଁମାନଙ୍କର ସଂପୃକ୍ତି ରହିଛି ? ରାଜ୍ୟ ବାହାରେ ଆଉ କେଉଁଠି ଠକିଛନ୍ତି ? କେବେଠାରୁ ଚାଲିଥିଲା କେଳେଙ୍କାରୀ ? ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର କିଭଳି ସଂପୃକ୍ତି ରହିଥିଲା ? ବିଧାୟକଙ୍କ କୌଣସି ସହଯୋଗୀଙ୍କୁ ଜାଣିଛନ୍ତି କି ? ତାଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ଆଗକୁ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ । ସେହିପରି ଆକାଶ ଓ ପ୍ରଦୀପଙ୍କ ଲିଙ୍କରେ ଥିବା ଲୋକଙ୍କୁ ବି ଆସିପାରେ ଡକରା । ଆଗକୁ ପ୍ରଦୀପ-ଆକାଶଙ୍କୁ ମୁହାଁମୁହିଁ ଜେରା ହୋଇପାରେ।

https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos