Home Uncategorized ଅପରାଜିତାଙ୍କୁ ନେଇ ଭିନ୍ନ ଚର୍ଚ୍ଚା

ଅପରାଜିତାଙ୍କୁ ନେଇ ଭିନ୍ନ ଚର୍ଚ୍ଚା

ଭୁବନେଶ୍ୱର, ଲୋକଙ୍କୁ ପୁଳା ପୁଳା ଲୋଭନୀୟ ପ୍ରତିଶ୍ରୁତି ଦେବାରେ ଓସ୍ତାଦ୍ ପାଲଟିଛନ୍ତି
ମ୍ୟାଡାମ୍ ଅପରାଜିତା ଷଡ଼ଙ୍ଗୀ । ନିଜର ପ୍ରଚାର ଓ ପ୍ରସାର ତାଙ୍କ ପାଇଁ ଗୁରୁତ୍ୱ
ହୋଇଯାଇଛି । ଆଇଏଏସ୍ ଚାକିରି ଛାଡ଼ି ଆସିଥିବା ଅପରାଜିତା କମ ଦିନ ଭିତରେ ଏମିତି
ଚତୁର ରାଜନେତା ପାଲଟିବେ ତାହା ଅନେକଙ୍କୁ ବିଶ୍ୱାସ ହେଉନାହିଁ । ନରେନ୍ଦ୍ର ମୋଦିଙ୍କୁ
ଆଦର୍ଶ କରିଥିବା ଅପରାଜିତା ତାଙ୍କଠାରୁ ନିଜସ୍ୱ ମାର୍କେଟିଂ କଳା ଆହରଣ କରି ନି ୁଣତା
ହାସଲ କଲେଣି ବୋଲି ସେମାନଙ୍କ ବିଶ୍ୱାସ । ନିଜକୁ ସ୍ୱଚ୍ଛ ଏବଂ ଦରଦୀ ଚିତ୍ରଣ କରୁଥିବା
ଅପରାଜିତା ବାସ୍ତବରେ ସେୟା ନୁହଁନ୍ତି ବୋଲି ସେ କାମ କରିଥିବା ଅଫିସ
କର୍ମଚାରୀମହଲରେ ଚର୍ଚ୍ଚା ହେଉଛି ।
ତାହାର ଗୋଟିଏ ଉଦାହରଣ ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମର କିଛି ଅଧିକାରୀ
ଓ କର୍ମଚାରୀ । ସେମାନଙ୍କ କହିବା କଥା, ତକ୍ରାଳୀନ ଭୁବନେଶ୍ୱର ପୋ÷ରସଂସ୍ଥାର ଅଧ୍ୟକ୍ଷ
ଜଗନ୍ନାଥ ମହାପାତ୍ରଙ୍କ ସମୟରେ ୧୯୯୮ ମସିହାରେ ୮୮୮ ଜଣଙ୍କୁ କର୍ମଚାରୀଙ୍କୁ ଅସ୍ଥାୟୀ
ନିଯୁକ୍ତି ଦିଆଯାଇଥିଲା । ସେମାନଙ୍କୁ ସିଏଲଆର କାଟାଗୋରିରେ ରଖାଗଲା ।
ପୋ÷ରସଂସ୍ଥାରେ ବେଆଇନ ନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ କଟକଣା ସତ୍ତେ୍ୱ ତକ୍ରାଳୀନ
ବିଏମସି କର୍ତ୍ତୃ କ୍ଷ ତାହାକୁ ଭ୍ରୃକ୍ଷେପ କରି ନ ଥିଲେ । ପରବର୍ତ୍ତୀ ସମୟରେ ଏହି କର୍ମଚାରୀଙ୍କ
ସ୍ଥାୟିତ୍ୱ ସମ୍ପର୍କରେ ମଧ୍ୟ କର୍ତ୍ତୃ କ୍ଷ ଚିନ୍ତା କଲେ ନାହିଁ । ୨୦୦୬ ମସିହାରେ ଅପରାଜିତା
ଷଡ଼ଙ୍ଗୀ କମିଶନର ଭାବେ ଦାୟିତ୍ୱ ନେଇଥିଲେ । ତିନିବର୍ଷ କାଳ ସେ ମୁଖିଆ ଦାୟିତ୍ୱରେ
ଥିଲେ ମଧ୍ୟ ୮୮୮ ଜଣ ସିଏଲଆର କର୍ମଚାରୀଙ୍କୁ ସ୍ଥାୟୀ ବା ନିୟମିତ କରିବାକୁ ପଦକ୍ଷେପ
ନ ନେଇ ଝୁଲେଇ ରଖିଲେ ।
ବିଏମସିର ସଂପୃକ୍ତ ଅଧିକାରୀଙ୍କ କହିବାନୁଯାୟୀ ଅପରାଜିତା ମ୍ୟାଡାମ୍ ଙ୍କ ପାଖରେ ଏଥି ।ଇଁ
ଯଥେଷ୍ଟ ସୁଯୋଗ ଥିଲା । ୮୮୮ ସିଏଲଆର ଏବଂ ପୂର୍ବରୁ ଥିବା ୬୦୦ ଅସ୍ଥାୟୀ କର୍ମଚାରୀ
ଏହିଭଳି ଭାବେ ୧୪୦୦ କର୍ମଚାରୀଙ୍କ ଭାଗ୍ୟ ବଦଳାଇ ପାରିଥାଆନ୍ତେ ସେ । ମାତ୍ର ବିନା