Home ରାଜ୍ୟ ନଳିନୀଙ୍କ ପ୍ରାର୍ଥୀପତ୍ର କାଏମ : ଜିଲ୍ଲାପାଳ

ନଳିନୀଙ୍କ ପ୍ରାର୍ଥୀପତ୍ର କାଏମ : ଜିଲ୍ଲାପାଳ

ସମ୍ବଲପୁର : ସମ୍ବଲପୁରର ବିଜେଡି ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ଯାଞ୍ଚ ପରେ ପ୍ରାର୍ଥିପତ୍ର କାଏମ ରହିଥିବା ରିଟର୍ଣ୍ଣିଂ ଅଫିସର ତଥା ସମ୍ବଲପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ନଳିନୀକାନ୍ତ ପ୍ରଧାନଙ୍କ ପ୍ରାର୍ଥୀପତ୍ର କାଏମ ନେଇ ସୂଚନା ଦେଲେ ସମ୍ବଲପୁର ଜିଲ୍ଲାପାଳ । ଗତକାଲି ପ୍ରତିପକ୍ଷଙ୍କ ଅଭିଯୋଗ ପରେ ନଳିନୀଙ୍କୁ ନୋଟିସ କରିଥିଲେ ରିଟର୍ଣ୍ଣିଂ ଅଫିସର। ଆଜି ସେ ନିଜର ପକ୍ଷ ରଖି ଶ୍ରୀ ପ୍ରଧାନ ୨ଟି ସରକାରୀ ଲାଭଦାୟକ ସଂସ୍ଥାର ଗୁରୁତ୍ବପୂର୍ଣ୍ଣ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଏ ନେଇ ଆବଶ୍ୟକୀୟ ଦସ୍ତାବିଜ ସେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି। ଏହା ଉପରେ ବିଚାର କରି ସମ୍ବଲପୁର ଲୋକସଭାର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ପ୍ରତିପକ୍ଷ ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କୁ ନୋଟିସ୍ କରି ଉତ୍ତର ରଖିବାକୁ କହିଥିଲେ। ଏହାର ଉତ୍ତର ରଖିବାକୁ ଶ୍ରୀ ପ୍ରଧାନଙ୍କ ପକ୍ଷରୁ କିଛି ସମୟ ମଗାଯାଇଥିଲା। ତାକୁ ଗ୍ରହଣ କରି ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କୁ ୨୪ ଘଣ୍ଟା ସମୟ ଦେଇ ଶନିବାର ଦିନ ୧୦ଟା ୪୫ରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଥିଲେ। ଆଜି ସମ୍ବଲପୁର ଲୋକସଭାର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖି ସେ ଏହି ଦୁଇ ପଦବୀରୁ ଇସ୍ତଫା ଦେଇଥିବା ପ୍ରକାଶ କରିଥଲେ।