ନୟାଗଡ଼: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଟେଷ୍ଟ। ଏନେଇ ନୟାଗଡ଼ କୋର୍ଟରେ ଆବେଦନ କରିଛି ଏସ୍ଆଇଟି । ଅନୁମତି ମିଳିଲେ ସରୋଜର ବ୍ରେନ୍ ମ୍ୟାପିଂ କରାଯିବ । ଅଭିଯୁକ୍ତ ମୁହଁରୁ ସତ ଉଗାଳିବା ପାଇଁ ପୋଲିସ ବ୍ରେନ ମ୍ୟାପିଂ ବା ନାର୍କୋ ଆନାଲିସ୍ ଟେଷ୍ଟ କରାଇଥାଏ ।
ତେବେ ବ୍ରେନ ମ୍ୟାପିଂରେ ଲୁଚିଥିବା ସମସ୍ତ ତଥ୍ୟ ସାମନାକୁ ଆସିବ । ବ୍ରେନ ମ୍ୟାପିଂରେ ଜଣାପଡ଼ିବ କେମିତି ହତ୍ୟା କରିଥିଲା ଅଭିଯୁକ୍ତ ? ଘଟଣା ସମ୍ପର୍କରେ କାହାକୁ କହିଥିଲା ସରୋଜ ? ମୃତଦେହକୁ ଏକାକୀ ଫିଙ୍ଗିଥିଲା ନା’ ଆଉ କିଏ ? ପ୍ରମାଣ ନଷ୍ଟ କରିବାକୁ କ’ଣ କରିଥିଲା ସରୋଜ ? ପରିବାର ଲୋକଙ୍କ ସମ୍ପୃକ୍ତି ଥିଲା କି ?
https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos