Home ରାଜ୍ୟ ପକ୍ସୋ କୋର୍ଟରେ ହାଜର ହେଲା ପରୀ ଅଭିଯୁକ୍ତ ସରୋଜ

ପକ୍ସୋ କୋର୍ଟରେ ହାଜର ହେଲା ପରୀ ଅଭିଯୁକ୍ତ ସରୋଜ

ନୟାଗଡ : ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ସଂରକ୍ଷିତ ରହିଛି । ପକ୍ସୋ କୋର୍ଟରେ ଶୁଣାଣି ସରିଛି । ତେବେ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ଅଭିଯୁକ୍ତ ସରୋଜର ବୟସକୁ ନେଇ ଚାଲିଥିଲା ଶୁଣାଣି । ଆଜି ବି ସରୋଜକୁ କୋର୍ଟରେ ହାଜର କରିଥିଲା ଏସଆଇଟି ।

ସରୋଜ ନାବାଳକ ଥିବାରୁ ତାର ଶୁଣାଣି ଜୁଭେନାଇଲ କୋର୍ଟରେ କରିବାକୁ ସରୋଜର ଓକିଲ କୋର୍ଟରେ ଆବେଦନ କରିଛନ୍ତି । ସରୋଜର ଓକିଲ ତାଙ୍କ ଜନ୍ମ ସାର୍ଟିଫିକେଟ୍ ଏବଂ ମାଟ୍ରିକ୍ ସାର୍ଟିଫିକେଟ୍ କୋର୍ଟରେ ଦାଖଲ କରିଛନ୍ତି । ତେବେ ଏହାର ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ ।

ସେପଟେ ପରୀ ପ୍ରସଙ୍ଗରେ ଆଜିଠୁ ପୁଣି ବିଜେପି କରିବ ପଦଯାତ୍ରା । ଆଜିଠୁ ଜାନୁଆରୀ ୧୨ ତାରିଖ ଯାଏଁ ସାରା ଓଡିଶାରେ ୧୦ହଜାର ସ୍ଥାନରେ ଗ୍ରାମ ଦେବତୀଙ୍କ ପାଖରେ ପୂଜାର୍ଚ୍ଚନା କରି ପଦଯାତ୍ରା କରିବ ବିଜେପି । ପ୍ରସିଦ୍ଧ ଦେବୀ ପୀଠଗୁଡିକରେ ବିଜେପି ପକ୍ଷରୁ ଦୀପ ଦାନ କରାଯିବ । ଆସନ୍ତା ୧୨ରୁ ୧୫ ତାରିଖ ଯାଏଁ ସବୁ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ହେବ । ଦୋଷୀଙ୍କୁ ଗିରଫ କରିବା ସହିତ ମାମଲାରେ CBI ତଦନ୍ତ ଦାବିରେ ଆନ୍ଦୋଳନ କରିବ ବିଜେପି ମହିଳା ମୋର୍ଚ୍ଚା । ପରୀକୁ ନ୍ୟାୟ ଦେବା ଲାଗି ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନକୁ ତୀବ୍ର କରିବ ।