Home ରାଜ୍ୟ ଭିଜିଲାନ୍ସ ସ୍କାନରରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଏନଏମଆର

ଭିଜିଲାନ୍ସ ସ୍କାନରରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଏନଏମଆର

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ପଡିଛନ୍ତି ଏନଏମଆର । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ଏନଏମଆର ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଥିବା ସୂଚନା ମିଳିଛି ।

ପ୍ରଶାନ୍ତଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ଟିମ୍ ବୁଧବାର ଏହି ଚଢାଉ କରିଛନ୍ତି । ଏକକାଳୀନ ୫ ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ମିଳିଛି । ପ୍ରଶାନ୍ତଙ୍କ ବ୍ରହ୍ମପୁର ଆସିକା ରୋଡ୍ ସ୍ଥିତ ନିଜ ଘର, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ, ଲୋଚାପଡା ସ୍ଥିତ ଘର, ଦୁଇଟି ଗୋଦାମରେ ଚଢାଉ ଜାରି ରହିଛି । ଏଯାବତ୍ ପ୍ରଶାନ୍ତଙ୍କର କେତେ ସମ୍ପତ୍ତି ଠାବ ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଚଢାଉ ବେଳେ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟ, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ଟଙ୍କା ପଇସା ସୁନା ଗହଣାର ଜବତ କରି ଛାନଭିନ୍ ଚଳାଇଛି ଭିଜିଲାନ୍ସ ଟିମ୍ । ପ୍ରଶାନ୍ତଙ୍କର ମୋଟ୍ କେତେ ସମ୍ପତ୍ତି ଠାବ ହୋଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇନାହିଁ ।

https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos