Home ରାଜ୍ୟ ଭିଜିଲାନ୍ସ ଜାଲରେ ପଦ୍ମପୁର ତାଲପାଲି ପିଇଓ

ଭିଜିଲାନ୍ସ ଜାଲରେ ପଦ୍ମପୁର ତାଲପାଲି ପିଇଓ

ବରଗଡ : ଭିଜିଲାନ୍ସ ଜାଲରେ ପିଇଓ । ବରଗଡ ଜିଲ୍ଲା ପଦ୍ମପୁର ତାଲପାଲି ପିଇଓ ପାଣ୍ଡବ ନନ୍ଦଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଗାଇସିଲେଟ୍ ସ୍ଥିତ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏହି ଚଢାଉ କରିଥିବା ଜଣାପଡିଛି । ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି ।

ପାଣ୍ଡବଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ଛାନ୍‌ଭିନ୍ କରୁଛି ଭିଜିଲାନ୍ସ । ବ୍ୟାଙ୍କ୍ ପାସ୍‌ବୁକ୍‌ର ମଧ୍ୟ ଯାଞ୍ଚ ଚାଲିଛି । ତେବେ ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ଠାବ ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳିନାହିଁ ।

ସେପଟେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆପଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଲେଶ୍ୱର ନାଏକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼୍ କରାଯାଇଛି । ପଞ୍ଚାୟତ କାର୍ଯ୍ୟାଳୟ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।