Home ରାଜ୍ୟ ଆସନ୍ତା ୩ରେ ଖୋଲିବ ମା’ ସମଲେଶ୍ବରୀଙ୍କ ମନ୍ଦିର

ଆସନ୍ତା ୩ରେ ଖୋଲିବ ମା’ ସମଲେଶ୍ବରୀଙ୍କ ମନ୍ଦିର

ସମ୍ବଲପୁର : ଧିରେ ଧିରେ ଖୋଲିବାରେ ଲାଗିଛି ରାଜ୍ୟର ବିଭିନ୍ନ ମନ୍ଦିର । ଆସନ୍ତା ଜାନୁଆରୀ ୩ ତାରିଖରେ ଖୋଲିବ ମା’ ସମଲେଶ୍ବରୀଙ୍କ ମନ୍ଦିର । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି । ଏସଓପି ଅନୁଯାୟୀ ମନ୍ଦିର ଖୋଲିବାର ପ୍ରଥମ ୫ ଦିନ ସମ୍ବଲପୁରବାସୀ  ମା’ଙ୍କ ଦର୍ଶନ କରିବେ । ଏଥି ପାଇଁ ସେମାନଙ୍କୁ ଭୋଟର ଆଇଡି କିମ୍ବା ଆଧାର କାର୍ଡ ମଧ୍ୟରୁ ଯେକୌଣସି ପରିଚୟ ପତ୍ର ଦେଖାଇବାକୁ ପଡିବ ।

କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଛୋଟ ଛୁଆ କିମ୍ବା ବୟସ୍କ ବ୍ୟକ୍ତିଙ୍କୁ ଦର୍ଶନର ଅନୁମତି ମିଳିବ ନାହିଁ । ଗାଇଡ୍ ଲାଇନ୍ ଅନୁଯାୟୀ ଅଲଗା ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ରହିବ । ଯେଉଁ ଗେଟ୍ ରେ ଶ୍ରଦ୍ଧାଳୁ ପ୍ରବେଶ କରିବେ ସେହି ଗେଟ୍ ରେ ବାହାରକୁ ଆସିପାରିବେ ନାହିଁ । ଏଭଳି କଟକଣା ମଧ୍ୟରେ ମା’ଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।