Home ରାଜ୍ୟ ଭାଇ ଭଉଣୀଙ୍କ କଳିରେ ବାପା ଗୁରତର, ହସ୍ପିଟାଲରେ ଭର୍ତ୍ତି

ଭାଇ ଭଉଣୀଙ୍କ କଳିରେ ବାପା ଗୁରତର, ହସ୍ପିଟାଲରେ ଭର୍ତ୍ତି

ବାଲିପାଟଣା : ଦିନ ଯେଉଁ ପୁଅକୁ ହାତ ଧରି ଚାଲିବା ଶିଖାଇଥିଲା ବାପା । ଆଜି ପୁଅ ବଡ ହେଲା ପରେ ନିଜ ବାପାକୁ ଆକ୍ରମଣ କରିବାକୁ ବି ପଛେଇଲାନି । ପୁଅ ବୁଝିଲାନି ବାପାର ମୁଲ୍ୟ । ବାପାକୁ କାଠ ଫାଳିଆରେ ଆକ୍ରମଣ କରିଛି ପୁଅ । ଗୁରୁତର ଅବସ୍ଥାରେ ବାପା ପ୍ରକାଶ ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଅ ରାକେଶକୁ ବାଲିପାଟଣା ପୋଲିସ୍ ଅଟକ ରଖିଛି। ବାଲିପାଟଣା ଥାନା ବାଘବରାହିପାଟଣା ଗାଁରେ ଘଟିଛି ଘଟଣା ।  

ଖବର ଅନୁଯାୟୀ, କୌଣସି କାରଣରୁ ପ୍ରକାଶ ସାହୁଙ୍କର ପୁଅ – ଝିଅ ମଧ୍ୟରେ  କଳି ଲାଗିଯାଇଥିଲା । ବାପା ଉଭୟଙ୍କ ମଧ୍ୟରେ ଲାଗିଥିବା କଳିକୁ ସମାଧାନ କରିବା ପାଇଁ ଆସିଥିଲେ । ଏପରିକି ପୁଅକୁ ତାଗିଦ୍ କରିବାରୁ ସେ ରାଗିଯାଇଥିଲା ,ଏବଂ ପୁଅ ରାକେଶ ବାପାଙ୍କ ବେକକୁ ଏକ ତୀକ୍ଷଣ କାଠରେ ଭୁଷି ଦେଇଥିଲା । ଯାହାଫଳରେ କି ପ୍ରକାଶ ଗୁରୁତର ହୋଇଯାଇଥିଲେ । ଏପିରିକି ପ୍ରକାଶଙ୍କ ବେକାର କାଠଟି ପଶିଯିବାରୁ ପ୍ରବଳ ରକ୍ତ ବାହାରିଥିଲା । ପ୍ରକାଶଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ବାଲିପାଟଣା ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି । ପୋଲିସ ଅଭିଯୁକ୍ତ ପୁଅ ରାକେଶକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos