Home ରାଜ୍ୟ ଶ୍ରୀମନ୍ଦିର ଯିବା ପୂର୍ବରୁ କି ନିୟମ ଜାରି କଲା ମନ୍ଦିର ପ୍ରଶାସନ? ଜାଣନ୍ତୁ…

ଶ୍ରୀମନ୍ଦିର ଯିବା ପୂର୍ବରୁ କି ନିୟମ ଜାରି କଲା ମନ୍ଦିର ପ୍ରଶାସନ? ଜାଣନ୍ତୁ…

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଜାରି କରାଗଲା ଏସ୍ଓପି। ନିୟମ ଅନୁସାରେ, ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଏହାସହ ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ପାଇଁ ମଧ୍ୟ ମନାକରାଯାଇଛି। ଦର୍ଶନ ପାଇଁ ଆସୁଥିବା ପୁରୀ ସହରବାସୀ ଟୋକନ ଆଣି ଆସିବେ। ଟୋକନ ସହ ଆଧାର କାର୍ଡ ବା ଭୋଟର କାର୍ଡ ଆଣି ଆସିବା ମଧ୍ୟ ଜରୁରୀ।
ତେବେ କେବଳ ଏତିକି ନୁହେଁ ବରଂ ବର୍ତ୍ତମାନ ସମୟରେ ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ମଧ୍ୟ ମନା। ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ କିଛି ଏପରି ଏସ୍ଓପି ଜାରି କରାଯାଇଛି। ପୂର୍ବରୁ ଘୋଷିତ ନିୟମ ସହ ଆଉ କିଛି ନିୟମ ମଧ୍ୟ ଯୋଡିଛି ମନ୍ଦିର ପ୍ରଶାସନ। ମନ୍ଦିର ଭିତରେ ଏବଂ ବାହାରେ ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ଜରୁରୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶ୍ରୀମନ୍ଦିର ମଧ୍ୟରେ ପୂଜାପାଉଥିବା କୌଣସି ପ୍ରତିମାକୁ ଛୁଇଁବାକୁ ମଧ୍ୟ ବାରଣ କରାଯାଇଛି।

  ଆଜିଠାରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ପୁରୀ ନିବାସୀଙ୍କ ପାଇଁ ଆଜିଠାରୁ ମନ୍ଦିର ଖୋଲାଯାଉଛି । କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ।  ପ୍ରଥମ ତିନି ଦିନ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିବେ। ୨୬ ତାରିଖରୁ ୩୧ ତାରିଖ ଯାଏଁ ପୁରୀ ସହରର ସାଧାରଣ ଭକ୍ତ ଦର୍ଶନ କରିପାରିବେ ।

https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos