Home ରାଜ୍ୟ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟାର ରାଜ୍ୟ କରୋନା ରିପୋର୍ଟ ହସ୍ତଗତ ହୋଇଛି। ରାଜ୍ୟରେ ପୁଣି ୩୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫୧ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୯୧୩ରେ ପହଞ୍ଚିଛି। ରାଜ୍ୟରେ ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୧୬ ହଜାର ୪୪୭ ଜଣ ଓ ସକ୍ରିୟ ଅଛନ୍ତି ୩ ହଜାର ୬୨୯ ଜଣ ଆକ୍ରାନ୍ତ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଅ‌ାଯାଇଛି।ଆଜି ଅନୁଗୁଳ ଜିଲ୍ଲାରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ବାଲେଶ୍ବରରୁ ୨୩ ଜଣ, ବରଗଡ଼ରୁ ୧୯ ଜଣ, ଭଦ୍ରକରୁ ୫ ଜଣ, ବଲାଙ୍ଗୀରରୁ ୬ଜଣ, ବୌଦ୍ଧରୁ ୪ଜଣ, କଟକରୁ ୨୨ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୪ ଜଣ, ଜଗତ୍‌ସିଂହପୁରରୁ ୫ ଜଣ, ଯାଜପୁରରୁ ୮ ଜଣ, ଝାରସୁଗୁଡ଼ାରୁ ୧୮ ଜଣ, କଳାହାଣ୍ଡିରୁ ୧୯ଜଣ, କେନ୍ଦ୍ରାପଡ଼ାରୁ ୫ ଜଣ, କେନ୍ଦୁଝରରୁ ୭ ଜଣ, ଖୋର୍ଦ୍ଧାରୁ ୪୪ ଜଣ, କୋରାପୁଟରୁ ୧ ଜଣ, ମାଲକାନଗିରିରୁ ୩ ଜଣ, ମୟୂରଭଞ୍ଜରୁ ୧୮ଜଣ, ନବରଙ୍ଗପୁରରୁ ୩ଜଣ, ନୟାଗଡ଼ରୁ ୧ଜଣ, ନୂଆପଡ଼ାରୁ ୧୦ ଜଣ, ପୁରୀରୁ ୨୨ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୪ ଜଣ, ସୁନ୍ଦରଗଡ଼ରୁ ୪୬ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି। ଏପଟେ କରୋନାରେ ପୁଣି ୬ ଜଣଙ୍କର ପ୍ରାଣହାନି ଘଟିଛି।