Home ରାଜ୍ୟ ଶାଶୁଘରେ ଚପଲ ମାଡ ଖାଇ ଏହି Actress ଙ୍କର ହୋଇଥିଲା ସ୍ଵାଗତ, କାରଣ ଜାଣିଲେ ଆଶ୍ଚର୍ଯ୍ୟ...

ଶାଶୁଘରେ ଚପଲ ମାଡ ଖାଇ ଏହି Actress ଙ୍କର ହୋଇଥିଲା ସ୍ଵାଗତ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ଅଭିନୟ ପାଇଁ ବହୁତ ଚର୍ଚାରେ ଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ବଲିଉଡର ଜଣେ ଦିଗଜ ଅଭିନେତ୍ରୀ । ବନ୍ଧୁଗଣ ସେହି ଅଭିନେତ୍ରୀଙ୍କ ନାମ ହେଉଛି ରେଖା । ଆପଣ ମାନେ ସମସ୍ତେ ରେଖାଙ୍କର ବହୁତ ସୁପର ହିଟ ଫିଲ୍ମକୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ଜଣଙ୍କର ଜୀବନ ରହସ୍ୟରେ ଭରି ରହିଛି ।

ବନ୍ଧୁଗଣ ରେଖାଙ୍କ ଜୀବନରେ ବହୁତ ପୁରୁଷ ଆସିଛନ୍ତି ହେଲେ ସେ ଯାହାକୁ ସଚ୍ଚା ପ୍ରେମ କରୁଥିଲେ ତାକୁ ପାଇ ପାରିଲେ ନାହିଁ । ଏହା ସଫଳ ଅଭିନେତ୍ରୀ ହୋଇ ମଧ୍ୟ ରେଖାଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେଉଁଠି ସେ ବିନୋଦ ମେହେରାଙ୍କ ମା’ଙ୍କ ଠାରୁ ଚପଲ ମାଡ ଖାଇଥିଲେ, ଏହି ଘଟଣା ସେହି ସମୟର ଯେତେବେଳେ ରେଖା ଓ ବିନୋଦ ମେହେରାଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ଥିଲା ।

ରେଖା ବିନୋଦଙ୍କୁ ବହୁତ ପ୍ରେମ କରୁଥିଲେ ଓ ସେ ବିନୋଦଙ୍କୁ ନିଜ ଜୀବନସାଥି ମାନି ଥିଲେ । ହେଲେ ଫଳ ସ୍ୱରୂପ ରେଖାଙ୍କୁ ମାଡ ଖାଇବାକୁ ପଡିଥିଲା । ରେଖା ଓ ବିନୋଦଙ୍କ ସାକ୍ଷାତ ଫିଲ୍ମ ‘ଘର’ର ଶୁଟିଙ୍ଗ ସମୟରେ ହୋଇଥିଲା ।ଏହି ଫିଲ୍ମରେ କାମ କରିବା ସମୟରେ ଏହି ଦୁଇଜଣ ପରସ୍ପର ସହ ବହୁତ କ୍ଳୋଜ ଆସିଯାଇଥିଲେ । କିଛି ସମୟ ରିଲେସନରେ ରହିବା ପରେ ଏହି ଦୁଇଜଣ ନିଷ୍ପତ୍ତି ନେଇଥିଲେ ଏମାନେ କଲିକତାର ଏକ ମନ୍ଦିରରେ ପରସ୍ପର ସହ ବିବାହ କରିବେ ।ଏହାପରେ ଏହି ଦୁଇଜଣ କଲିକତାର ଏକ ମନ୍ଦିରରେ ପରସ୍ପର ସହ ବିବାହ କରିଥିଲେ । ରେଖା ଓ ବିନୋଦ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ । ହେଲେ ରେଖାଙ୍କୁ ନା ଏକ ସ୍ତ୍ରୀର ସମ୍ମାନ ମିଳିଥିଲା ନା ଶଶୁର ଘରେ ଏକ ବୋହୁର ସମ୍ମାନ । ରେଖାଙ୍କୁ ନିଜ ଶଶୁର ଘରେ ବହୁତ କଷ୍ଟ ସହିବାକୁ ପଡିଥିଲା । ହେଲେ ସେ ସେତେବେଳେ ମଧ୍ୟ ବିନୋଦଙ୍କ ଅପେକ୍ଷାରେ ରହିଥିଲେ ।ହେଲେ ବିନୋଦ ନିଜ ମାଙ୍କ ବିରୋଧରେ ଯାଇପାରି ନଥିଲେ ଓ ରେଖାଙ୍କ ସପୋର୍ଟ ମଧ୍ୟ କରିପାରିଲେ ନାହିଁ । ହେଲେ ବହୁତ ସମୟ ପରେ ଯେତେବେଳେ ବିନୋଦ ରେଖାଙ୍କ ଜୀବନରେ ଆସିଥିଲେ ସେତେବେଳେ ରେଖା ନିଜ ଜୀବନରେ ସଫଳତା ପାଇବା ପାଇଁ ଆଗକୁ ବଢିବାର ନିଷ୍ପତ୍ତି ନେଇସାରିଥିଲେ ଓ ନିଜର ବାକି ଜୀବନ କିରଣ କୁମାରଙ୍କ ସହ ଅତିବାହିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।