Home ରାଜ୍ୟ କଟକ IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ : କଟକ ନୟାସଡକ ସ୍ଥିତ IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ବ୍ୟକ୍ତି ହେଲେ ମଙ୍ଗଳାବାଗ ଥାନା ଅଞ୍ଚଳର ସୁନା ଦୋକାନୀ ସରୋଜ କୁମାର ପୃଷ୍ଟି ଏବଂ ଲାଲବାଗ ଥାନା ଆଲମଚାନ୍ଦ ବଜାର ଅଞ୍ଚଳର ଲଲିତ କୁମାର ସୋନି । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କୁ ମିଶାଇ ସୁନା ଲୁଟ୍ ମାମଲାରେ ଗିରଫ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଉଭୟ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟର ସହଯୋଗୀ ଥିବା ସୂଚନା ମିଳିଛି ।

ପୂର୍ବରୁ IIFL ଶାଖାରୁ ସୁନା ଲୁଟ୍ ଘଟଣାରେ ୮ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏଥିସହ ସୁନା ମଧ୍ୟ ପୋଲିସ ଜବତ କରିଥିଲା । IIFLରୁ ସୁନା ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟଙ୍କ ସହ ସହଯୋଗୀ ନୀଳିମା ଲେଙ୍କାଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା । ସୁନା ଲୁଟ୍ କରି ଅୟସ କରୁଥିଲା ଲାଲା ଅମ୍ରିତ ରାୟ । ଆଉ ଏଥିରେ ସହଯୋଗ କରିଥିଲେ IIFLର ଆକାଉଣ୍ଟାଣ୍ଟ ନୀଳିମା ଲେଙ୍କା । କଟକ ବଜ୍ରକବାଟି ମାନାପୁରମ୍‌ ଗୋଲ୍ଡ ଲୋନ୍ ଶାଖାର ମ୍ୟାନେଜରଙ୍କୁ ମଧ୍ୟ ବାନ୍ଧିଛି ପୋଲିସ । ସୁନା ହେରଫେର ମାମଲାରେ ମ୍ୟାନେଜର ପୀତାମ୍ବର ସାହୁଙ୍କୁ ପୋଲିସ ଗିରଫ କରିଛି ।