Home ରାଜ୍ୟ ପରୀ ହତ୍ୟା ଘଟଣାରେ ରାଜଭବନ ସମ୍ମୁଖରେ ବିଜେପିର ଧାରଣା

ପରୀ ହତ୍ୟା ଘଟଣାରେ ରାଜଭବନ ସମ୍ମୁଖରେ ବିଜେପିର ଧାରଣା

ଭୁବନେଶ୍ବର: ନୟାଗଡ଼ ପରୀ ହତ୍ୟା ଘଟଣାରେ ତୀବ୍ର ହୋଇଛି ଭାରତୀୟ ଜନତା ପାର୍ଟି(ବିଜେପିର) ଆନ୍ଦେଳନ। ରାଜଭବନ ସମ୍ମୁଖରେ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ରହି ଧାରଣା ଦେଇଥିବା ଦେଖିବାକୁ ମିିଳିଛି। ଏହି ଧାରଣରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ  ନେତା ସାମିଲ୍‌ ହୋଇଥିବା ସୂଚନା ରହିଛି। ପରୀ ଘଟଣାର ସିବିଆଇ ତଦନ୍ତ ଦାବି ଓ ଅପରାଧୀକୁ ଛତ୍ରଛାୟା ତଳେ ରଖିଥିବା ଅଭିଯୋଗରେ  ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଏହି ଧାରଣା ହୋଇଥିବା ଜାଣିବାକୁ ମିଳିଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେତେବେଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରାଯାଇଛି।

https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos