ପୁରୀ : ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ୯ ମାସ ପରେ ଶ୍ରୀଜିଉଙ୍କ ଦର୍ଶନ କରିବେ ଭକ୍ତ । ରାଜ୍ୟ ଓ ବାହାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ଚାରିଦିନ ପୂର୍ବର କୋଭିଡ୍ ନେଗେଟିଭ୍ ରିପୋର୍ଟ ଜରୁରୀ । ଯେହେତୁ ଆଜି ଠାରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ହୋଇଛି ତେଣୁ ଗତକାଲି ସମୀକ୍ଷା ବୈଠକ ପରେ ପୂରୀ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । କେବଳ ବାହାର ଭକ୍ତ ନୁହନ୍ତି ପୁରୀ ବାସିନ୍ଦା ମଧ୍ୟ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବେ। କିୟସ୍କ କାଉଣ୍ଟରରେ କୋଭିଡ ରିପୋର୍ଟ ଚେକ୍ ହେଲା ପରେ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos