Home ରାଜ୍ୟ ବଡବିଲ ସହରକୁ ୭ ଦିନିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

ବଡବିଲ ସହରକୁ ୭ ଦିନିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

କେନ୍ଦୁଝର: ଜିଲ୍ଲାରେ ରବିବାର ୨୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ 11 ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ତେବେ ୧୩ ଜଣ ଟିଏମସି ଓ ଜଣେ ଗୃହ ସଙ୍ଗରୋଧରେ ଥିଲେ ବୋଲି ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ସେହିପରି ୨୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ହାଟଡିହି, ଘଷିପୁରା, ହରିଚନ୍ଦନପୁର, ଘଟଗାଁ, ପାଟଣା ଓ ସଦର ବ୍ଲକ ଅଞ୍ଚଳର ବୋଲି ଜିଲ୍ଲା ପ୍ରଶାସନ ପ୍ରକାଶ କରିଛି । ଅନ୍ୟ ୧୧ ଜଣ ବଡ଼ବିଲ ସହରର ହୋଇଥିବାବେଳେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ସହ କାହାର ସମ୍ପର୍କ ରହିଛି ସେ ନେଇ ପ୍ରଶାସନ ଚିହ୍ନଟ ଜାରି ରଖିଥିବା କହିଛି ।

ବଡ଼ବିଲ ଅଞ୍ଚଳରୁ ଏହି ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ବଡ଼ବିଲ ସହରକୁ ରବିବାର ଠାରୁ ୭ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଓ ଦୋକାନ ଖୋଲା ରହିବାକୁ ଥିବାବେଳେ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସମସ୍ତ ୨୫ ଜଣଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଏମାନଙ୍କୁ ମିଶାଇ ୧୮୨ ଆକ୍ରାନ୍ତ ହୋଇଥିବା ବେଳେ ୧୦୧ ସୁସ୍ଥ ହୋଇଛନ୍ତି । ଏବେ ବି ୮୧ଟି ଆକ୍ଟଭ କେସ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି ।