Home ରାଜ୍ୟ ନିର୍ବାଚନ ଫଳାଫଳ ପାଇଁ ୬୩ଟି ଗଣନା କେନ୍ଦ୍ର, ପ୍ରଥମ ଆସିପାରେ ସମ୍ବଲପୁର ରେଜଲ୍ଟ

ନିର୍ବାଚନ ଫଳାଫଳ ପାଇଁ ୬୩ଟି ଗଣନା କେନ୍ଦ୍ର, ପ୍ରଥମ ଆସିପାରେ ସମ୍ବଲପୁର ରେଜଲ୍ଟ

ଭୁବନେଶ୍ୱର : ରାଜ୍ୟରେ ୨୦୧୯ ନିର୍ବାଚନର ଉଭୟ ଲୋକସଭା ଓ ରାଜ୍ୟସଭା ନିର୍ବାଚନ ମତଦାନ ଶେଷ ହୋଇଛି । ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନ ପରେ ମତ ଗଣନା କରାଯିବ । ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛନ୍ତି । ରାଜ୍ୟର ୬୩ ଗଣନା କେନ୍ଦ୍ର କରାଯାଇଛି । ସକାଳ ୮ଟା ଗଣତି ଆରମ୍ଭ ହେବ । ମୋଟ ୧୪ଟି ଟେବୁଲ୍‌ରେ ଲୋକସଭା ଓ ବିଧାନସଭା ଭୋଟ୍‌ ଗଣନା କରାଯିବ ପ୍ରତି ଗଣତି କେନ୍ଦ୍ରରେ ଜଣେ କାଉଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟଏବଂ ଜଣେ ମାଇକ୍ରୋ ଅବଜରଭର୍ ଙ୍କୁ ନିଯୁକ୍ତି ଦିଆଯିବ । ଅବାଧ ଓ ସ୍ୱଚ୍ଛ ଗଣତି ପାଂଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଶ୍ରୀ କୁମାର ସୂଚନା ଦେଇଛନ୍ତି ।ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ପ୍ରଥମେ ପୋଷ୍ଟାଲ୍‌ ଗଣତି କରାଯିବ । ଏହାର ଅଧା ଘଣ୍ଟା ପରେ ଇଭିଏମ୍‌ ଗଣନା ଆରମ୍ଭ ହେବ । ଏହା ପରେ ଭିଭିପାଟ୍‌ ଗଣତି ଆରମ୍ଭ ହେବ । ଚଳିତ ଥର ପ୍ରାୟ ୧ ଲକ୍ଷ ପୋଷ୍ଟାଲ୍‌ ବାଲାଟ୍‌ ଭୋଟ୍‌ ହସ୍ତଗତ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ମୋଟ ୧୪ଟି ଟେବୁଲ୍‌ରେ ଲୋକସଭା ଓ ବିଧାନସଭା ଭୋଟ୍‌ ଗଣନା କରାଯିବ । ୭ଟି ଟେବୁଲ୍‌ରେ ଲୋକସଭା ଓ ୭ଟି ଟେବୁଲ୍‌ରେ ବିଧାନସଭାର ଭୋଟ୍‌ ଗଣାଯିବ । ଓଡ଼ିଶାରେ ଅଧିକ ୪୧୧ଟି ଟେବୁଲ୍‌ ବଢ଼ାଇବାକୁ ନିର୍ବାଚନ ଆୟୋଗଙ୍କଠାରୁ ଅନୁମତି ଅଣାଯାଇଛି । ତେଣୁ ରାଜ୍ୟରେ ମୋଟ୍‌ ୨୪୬୨ଟି ଟେବୁଲ୍‌ ରହିଛି । ଏହି କାର୍ୟ୍ୟଇକୁ ତଦାରଖ କରିବାକୁ ଜଣେ ଅବଜର୍ଭର୍‌ ରହିବେ । ସେହିପରି ସମ୍ବଲପୁର ନିର୍ବାଚନ ଫଳାଫଳ ଶୀଘ୍ର ଆସିବାର ସମ୍ଭାବନା ରହିଛି । କାରଣ ସମ୍ବଲପୁରରେ ସର୍ବନିମ୍ନ ୧୯ ରାଉଣ୍ଡ ଗଣତି ହେବ । ପାଟଣାଗଡ଼ରେ ସର୍ବାଧିକ ୪୯ ରାଉଣ୍ଡ ଗଣତି କରାଯିବ ।