Home ରାଜ୍ୟ ୨ ମହିଳା ଡାକ୍ତର କରୋନା ପଜିଟିଭ

୨ ମହିଳା ଡାକ୍ତର କରୋନା ପଜିଟିଭ

ଭବାନୀପାଟଣା : କଳାହାଣ୍ଡି ଜିଲାରେ ଶନିବାର ଆଉ ୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୨ଜଣ ମହିଳା ଡାକ୍ତର ରହିଛନ୍ତି। ତେବେ ଏହି ୨ ଡାକ୍ତର ନର୍ଲାରେ ଚିହ୍ନଟ ହୋଇଥିବା ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ତୃତୀୟ ଆକ୍ରାନ୍ତ ତେଲେଙ୍ଗାନା ଫେରନ୍ତା ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଜିଲାରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଏହା ପରେ ନର୍ଲା ସିଏଚ୍‌ସିକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏ ନେଇ କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ଅଧିକାରୀ ଜଗୁଲାଲ ଅଗ୍ରୱାଲ ସୂଚନା ଦେଇଛନ୍ତି।