Home ରାଜ୍ୟ ରାଜଧାନୀ ଖଣ୍ଡଗିରି ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ରାଜଧାନୀ ଖଣ୍ଡଗିରି ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ବର : ରାଜଧାନୀରୁ ପୁଣି ଧଳାଜହର ଜବତ ହୋଇଛି । ଖଣ୍ଡଗିରି ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଜବତ କରିଛି । ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଲକ୍ ଡାଉନ୍ ଖୁଲମାଖୁଲା ଚାଲିଛି ବେପାର । ରାଜଧାନୀରୁ ଜବତ ହେଲା କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଧଳାଜହର । ବାଲେଶ୍ବରରୁ ୩ଜଣ ଜଣ ବେପାରୀ ବ୍ରାଉନସୁଗାର ନେଇ ଆସୁଥିବା ବେଳେ ରାଜଧାନୀରୁ ଜବତ ହୋଇଛି । ପୂର୍ବରୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଖବର ପାଇ ଖଣ୍ଡଗିରି ଅଞ୍ଚଳରେ ଜଗି ରହିଥିଲେ । ତିନି ଯୁବକ ପହଞ୍ଚିବା ପରେ ସେମାନଙ୍କୁ ଧରିଥିଲା ଏସଟିଏଫ ଟିମ୍ । ୩ ଯୁବକଙ୍କ ମଧ୍ୟରୁ ୨ ଜଣ ଯୁବକ ଧରାପଡିଥିବା ବେଳେ ଜଣେ ଯୁବକ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

ଜବତ ବ୍ରାଉନସୁଗାର ପ୍ରାୟ ୧ କେଜି ଓଜନର ହେବ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ବାଇକ୍ ଜବତ କରିଛି ଏସଟିଏଫ  । ଗିରଫ  ଦୁଇ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ଜବତ ବ୍ରାଉନସୁଗାର କେଉଁଠାରୁ ଆସିଥିଲା ଏବଂ ଏମାନେ କାହା ପାଖକୁ ନେଇ ଯାଉଥିଲେ