Home ରାଜ୍ୟ ୨୦ ତାରିଖରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଅମ୍ପନ’

୨୦ ତାରିଖରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଅମ୍ପନ’

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇସାରିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହା ସାମୁଦ୍ରିକ ଝଡ଼ର ରୂପ ନେବ। ତେବେ ସାମୁଦ୍ରିକ ଝଡ଼ର ରୂପ ନେବା ପରେ ଏହା ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବ। ୨୦ ତାରିଖ ବେଳକୁ ଏହା ସ୍ଥଳଭାଗ ଛୁଇଁବ। ଶନିବାର ଏନେଇ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା।
ଏସଆରସିଙ୍କ କହିବା ଅନୁଯାୟୀ, ଏବେ ସମୁଦ୍ର ମଧ୍ୟରେ ବାତ୍ୟା ଅମ୍ଫନ ଘଣ୍ଟାପ୍ରତି ୨୦ କିମି ବେଗରେ ଗତି କରୁଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେବ। ତେବେ ଓଡ଼ିଶା ପ୍ରତି ଏହାର କେତେ ପ୍ରଭାବ ରହିବ ସେନେଇ ଖୁବଶୀଘ୍ର ଖବର ମିଳିବ ବୋଲି ଏସଆରସି କହିଛନ୍ତି। ବାତ୍ୟା ଅମ୍ଫନ କାରଣରୁ ଉପକୂଳ ଓ ଉତ୍ତର ଓଡ଼ିଶାର ୧୨ଟି ଜିଲାକୁ ସତର୍କ କରାଯାଇଛି। ଏନଡିଆରଏଫ ଓ ଓଡ୍ରାଫ ଟିମକୁ ମଧ୍ୟ ସଜାଗ ରହିବାକୁ ଏସ୍‌ଆରସି ସୂଚନା ଦେଇଛନ୍ତି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ୧୮ ଓ ୧୯ ତାରିଖ ଓଡ଼ିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। କାରଣ ଏହି ଦୁଇ ତାରିଖ ମଧ୍ୟରେ ବାତ୍ୟାଟି ଓଡ଼ିଶା ଉପକୂଳ ଦେଇ ଗତି କରିବ। ଏହାର ପ୍ରଭାବରେ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା, ପବନ ହେବ ବୋଲି କୁହାଯାଇଛି।