Home ରାଜ୍ୟ ସୁସ୍ଥ ହେଲେ ୫୦ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୯୩

ସୁସ୍ଥ ହେଲେ ୫୦ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୯୩

21

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ବଡ ଖବର | ଏକା ସାଙ୍ଗରେ ସୁସ୍ଥ ହେଲେ ୫୦ କରୋନା ଆକ୍ରାନ୍ତ | ଏ ନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଥିବା ବେଳେ ରାଜ୍ୟରେ ଏବେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୯୩ରେ ପହଞ୍ଚିଛି | ସୁସ୍ଥ ହୋଇଥିବା ୫୦ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୨୨ଜଣ, ବାଲେଶ୍ୱରରୁ ୧୫, ଭଦ୍ରକରୁ ୫, ଯାଜପୁର ୩, ବୌଦ୍ଧ ୩, ମୟୁରଭଞ୍ଜ ଏବଂ ରାଉରକେଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣା ପଡିଛି | ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଛି |