Home ରାଜ୍ୟ କରୋନା ସଂକ୍ରମିତଙ୍କ ପାଇଁ ନୂଆ ନିୟମ : ଘରେ ରହି ଚିକିତ୍ସିତ ହୋଇପାରିବେ ଲକ୍ଷଣ ନ...

କରୋନା ସଂକ୍ରମିତଙ୍କ ପାଇଁ ନୂଆ ନିୟମ : ଘରେ ରହି ଚିକିତ୍ସିତ ହୋଇପାରିବେ ଲକ୍ଷଣ ନ ଥିବା କରୋନା ପଜିଟିଭ

ଭୁବନେଶ୍ୱର : ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ନ ଥିଲେ କରୋନା ପଜିଟିଭ ଘରେ ରହି ଚିକିତ୍ସିତ ହୋଇପାରିବେ। ଆଜିଠାରୁ ସେମାନେ ସ୍ବଇଚ୍ଛାରେ ନିଜ ଘରେ ରହି ଚିକତ୍ସିତ ହୋଇପାରିବେ। ଘରେ ରହିବାକୁ ହେଲେ ଅଲଗା ଘର, ଅଲଗା ପାଇଖାନା ଗୃହ ଥିବା ଦରକାର। ସେମାନଙ୍କ ହାତରେ ଷ୍ଟାମ୍ପ ଓ ବ୍ୟାଣ୍ଡ ଲଗାଯିବ। ଏଥିସହ ସେମାନଙ୍କ ଘର ସମ୍ମୁଖରେ ଏକ ଷ୍ଟିକର ମଧ୍ୟ ଲଗାଯିବ। ସେମାନଙ୍କ ଦାୟିତ୍ୱ ନେବାକୁ ସ୍ବତନ୍ତ୍ର ଭାବେ ଘରର ଜଣେ ଲୋକ ମଧ୍ୟ ରହିବେ। ଏ ନେଇ ସ୍ବେଚ୍ଛାପତ୍ର ନେଇ ସେମାନେ ନିଜ ଘରେ ରହିପାରିବେ। ଏହି ନୂଆ ବ୍ୟବସ୍ଥା କେବଳ ଓଡ଼ିଶାର ସହରାଞ୍ଚଳରେ ଲାଗୁ କରାଯିବ। ଗ୍ରାମାଞ୍ଚଳ ଆକ୍ରାନ୍ତ ସବୁ ସୁବିଧା ଥିବା ଦର୍ଶାଇଲେ ସେମାନଙ୍କୁ ଅନୁମତି ମିଳିବ। ଏ ନେଇ ସୋମବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।