Home ରାଜ୍ୟ ରାଜଧାନୀରେ ଚାଞ୍ଚଲ୍ୟ: ପିଜୁଳି ଗଛରୁ ନାବାଳିକାର ମୃତଦେହ ଉଦ୍ଧାର, ବନ୍ଧା ହୋଇଥିଲା ଗୋଡ ହାତ ପାଟି

ରାଜଧାନୀରେ ଚାଞ୍ଚଲ୍ୟ: ପିଜୁଳି ଗଛରୁ ନାବାଳିକାର ମୃତଦେହ ଉଦ୍ଧାର, ବନ୍ଧା ହୋଇଥିଲା ଗୋଡ ହାତ ପାଟି

ପିଜୁଳି ଗଛ ପାଖରେ ମୃତ ଛାତ୍ରୀଙ୍କ କ୍ଲିପ୍ ଓ ଚପଲ ପଡ଼ିରହିଥିବା ବେଳେ ଗାମୁଛାରେ ହାତ ଓ ଗୋଡ଼କୁ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଖଣ୍ଡଗିରି ଥାନା ପୁଲିସ ତଦନ୍ତ ଚଳାଇଛି ।

ପରିବାର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବାରୁ ପୁଲିସ ପରିବାର ଲୋକଙ୍କ ଉପରେ ମଧ୍ୟ ସନ୍ଦେହ କରୁଛି । ଗତ କାଲି ବିଳମ୍ବିତ ରାତିରେ ବାହାର ପଟୁ ଘରର ତାଲା ପକାଇ ନାବାଳିକା ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି । ସେପଟେ ନାବାଳିକା ନିକଟସ୍ଥ ସଙ୍ଗୀତ କେନ୍ଦ୍ରକୁ ଗୀତ ଶିଖିବାକୁ ଯାଉଥିବାରୁ ମୃତ୍ୟୁ ପଛରେ ପ୍ରେମ ସଂପର୍କ ଥିବା ଅନୁମାନ କରାଯାଉଛି । କିନ୍ତୁ ଏହାର ଠୋସ୍ ପ୍ରମାଣ ଏଯାଏଁ ମିଳି ନାହିଁ।

ଖଣ୍ଡଗିରି ପୁଲିସ ସନ୍ଦେହରେ ଜଣେ ଯୁବକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନା ହତ୍ୟା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।