Home ରାଜ୍ୟ ନୂଆ ୩ କରୋନା ପଜିଟିଭଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ୨ ସୁରଟ, ୧ ପଶ୍ଚିମବଙ୍ଗ...

ନୂଆ ୩ କରୋନା ପଜିଟିଭଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ୨ ସୁରଟ, ୧ ପଶ୍ଚିମବଙ୍ଗ ଫେରନ୍ତା

105

ଭୁବନେଶ୍ୱର : ରାଜ୍ୟରେ ଗୁରୁବାର ଅପରାହ୍ନରେ ଚିହ୍ନଟ ହୋଇଥିବା ନୂତନ ୩ କରୋନା ପଜିଟିଭଙ୍କ ତଥ୍ୟ ଦେଇଛି ସ୍ବାସ୍ଥ୍ୟ ବିଭାଗ॥ ଏମାନଙ୍କ ମଧ୍ୟରୁ ଜଣେ ଜଗତ୍‌ସିଂହପୁରର ହୋଇଥିବାବେଳେ ଅନ୍ୟ ୨ ଜଣ ବାଲେଶ୍ୱର ଜିଲାର। ଜଗତ୍‌ସିଂହପୁରର ଆକ୍ରାନ୍ତ ୭୦ ବର୍ଷୀୟ ପଶ୍ଚିମବଙ୍ଗ ଫେରନ୍ତା। ସେହିପରି ବାଲେଶ୍ୱରର ଆକ୍ରାନ୍ତ ଦ୍ୱୟ ୨୬ ଓ ୨୯ ବର୍ଷୀୟ ଯୁବକ। ଉଭୟ ସୁରଟ ଫେରନ୍ତା। ତେବେ ଏହି ସମସ୍ତ ଆକ୍ରାନ୍ତ କ୍ୱାରାଣ୍ଟାଇନରେ ଥିଲେ ବୋଲି ସୂଚନା ଦିଆଯାଇଛି।
ଏହାକୁ ମିଶାଇ ଜଗତ୍‌ସିହପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଥିବା ବେଳେ ବାଲେଶ୍ୱର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି।