Home ଦେଶ- ବିଦେଶ ED ରୁଜୁ କଲା ସୁଶାନ୍ତ ସିଂହଙ୍କ ବାପାଙ୍କ ବୟାନ୍

ED ରୁଜୁ କଲା ସୁଶାନ୍ତ ସିଂହଙ୍କ ବାପାଙ୍କ ବୟାନ୍

ମୁମ୍ବାଇ : ସୋମବାର ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହଙ୍କ ବୟାନ ମଧ୍ୟ ଇଡି ରୁଜୁ କରିଥିଲା। ଇଡିକୁ ଦେଇଥିବା ବୟାନରେ ସେ ଦାବି କରିଥିଲେ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟରୁ ବେଆଇନଭାବେ ୧୫କୋଟି ଟଙ୍କା ବାହାର କରାଯାଇଥିଲା। ଇଡି ସୁଶାନ୍ତଙ୍କ ବାପାଙ୍କୁ ନିଜ ଅଭିଯୋଗକୁ ସାବ୍ୟସ୍ତ କରିବା ପାଇଁ ପ୍ରମାଣ ଦେବାକୁ କହିଛି।

କେକେ ସିଂହ ଇଡିକୁ କହିଥିଲେ ଯେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସେହି ଆକାଉଣ୍ଟକୁ ଟଙ୍କା ଯାଇଛି ଯାହା ସହ ତାଙ୍କର ପୁଅଙ୍କ କୌଣସି ସମ୍ପର୍କ ନଥିଲା। ସୁଶାନ୍ତଙ୍କ ବାପା ଅନ୍ଦାଜା ଲଗାଇଛନ୍ତି ଯେ ଏହି ଆକାଉଣ୍ଟ ରିୟା ଏବଂ ତାଙ୍କ ପରିବାରର ହୋଇପାରେ। ଇଡି ଇଲେକ୍ଟୋନିକ୍ ଗ୍ୟାଜେଟସର ଫରେନ୍ସିକ ରିପୋର୍ଟର ଅପେକ୍ଷା କରିଛନ୍ତି ଯାହା ଦ୍ବାରା ଯେଉଁ ସବୁ ମ୍ୟାସେଜ ଡିଲିଟ ହୋଇଛି ତାହାର ଡିଟେଲ ମିଳିବ। ଏହା ସହିତ ଇଡିକୁ ହ୍ବାଟସଆପ କଲର ଡିଟେଲ୍ ମଧ୍ୟ ମିଳିପାରିବ।ଅନ୍ୟପଟେ,ଇଡି ଏବେ ରିୟା ଚକ୍ରବର୍ତ୍ତୀଙ୍କ ସିଏ ରିତେଶ ଶାହଙ୍କ ବୟାନ ରୁଜୁ କରିବ। ଏହା ପରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ ପଚରାଉଚୁରା ପାଇଁ ସମନ ପଠାଯିବ। ସୂଚନା ମିଳିଛି ଯେ ଇଡି ରିୟା ଚକ୍ରବର୍ତ୍ତୀଙ୍କ ଜବାବରେ ସନ୍ତୁଷ୍ଟ ହୋଇନାହିଁ।