Home ରାଜ୍ୟ ଅନଲକ୍ ୬.୦ ଗାଇଡଲାଇନ : ମନ୍ଦିର ଓ ଅନ୍ୟ ଉପାସନାପୀଠ ଖୋଲିବା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ...

ଅନଲକ୍ ୬.୦ ଗାଇଡଲାଇନ : ମନ୍ଦିର ଓ ଅନ୍ୟ ଉପାସନାପୀଠ ଖୋଲିବା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ

ଭୁବନେଶ୍ବର : ନଭେମ୍ବର ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ ବାହାଘର ଉତ୍ସବରେ ୨୦୦ ଲୋକଙ୍କୁ ଅନୁମତି ଦିଆଯାଇଛି । ସେହିପରି ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ବୋଲି କୁହାଯାଇଛି । ଏହି ସମୟରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଭଳି ନିୟମ ପାଳନ କରାଯିବ । ଏହାସହ କୋଭିଡ କଟକଣା ମଧ୍ୟରେ ମୁକ୍ତାକାଶ ମଞ୍ଚ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି ।

କଣ୍ଟେନମେଣ୍ଟ ଜୋନରେ ଲଡଡାଉନ ବଳବତ୍ତର ରହିବ । ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କ ଦ୍ୱାରା ଅବରୋଧ ଅଞ୍ଚଳ ଚିହ୍ନଟ ହେବ । ଅନ୍ୟପକ୍ଷରେ ସିନେମା ହଲ, ସୁଇମିଂ ପୁଲ, ଓ ଥିଏଟର ନଭେମ୍ବର ୧୫ ଯାଏଁ ବନ୍ଦ ରହିବ । ସେହିପରି ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା ଲଗାଯାଇଛି ।ରାଜ୍ୟରେ ନଭେମ୍ବର ୧୬ରୁ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । କେବଳ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲା ସ୍କୁଲ ଆସିବେ । ଅନ୍ୟ ଶ୍ରେଣି ପାଇଁ ନଭେମ୍ବର ୩୦ ପାଏଁ ସ୍କୁଲ ବନ୍ଦ ରହିବ । ସେହିପରି ଅନଲକ୍ ୬.୦ ମାର୍ଗଦର୍ଶିକାରେ କୁହାଯାଇଛି ଯେ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନେ ସ୍ଥିତିର ସମୀକ୍ଷା କରି ଉପାସନାପୀଠଗୁଡ଼ିକୁ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ । ସେମାନେ ଏଥି ସହ ଜଡ଼ିତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ଓ ପରିସ୍ଥିତିକୁ ଅନୁଧ୍ୟାନ କରି ଉପଯୁକ୍ତ କରୋନା କଟକଣା ପାଳନ ସହ ଉପସନାପୀଠ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ।

https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos