Home ରାଜ୍ୟ ରାଜ୍ୟର ସବୁ ଜିଲ୍ଲାକୁ ଛୁଇଁଲା ମୌସୁମୀ

ରାଜ୍ୟର ସବୁ ଜିଲ୍ଲାକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର : ଗତ କାଲି ଓଡ଼ିଶା ଛୁଇଁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାକୁ ଛୁଇଁଛି । ମାତ୍ର ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲା ଯଥା ବରଗଡ଼, ଝାରସୁଗୁଡ଼ା,ସୁନ୍ଦରଗଡ଼,ସମ୍ବଲପୁର, କେନ୍ଦୁଝରର କେତେକ ଅଂଚଳରେ ଏବେ ବି ମୌସୁମୀ ଛୁଇଁନାହିଁ ।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ରାଜ୍ୟର ଅବଶିଷ୍ଟ ଅଂଚଳଗୁଡ଼ିକରେ ପହଞ୍ଚିଯିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମଧ୍ୟ ରାଜ୍ୟରେ ବର୍ଷା ପରିମାଣକୁ ବଢାଇବ ପାଣିପାଗ ବିଭାଗ ରିପୋର୍ଟରେ କୁହାଯାଇଛି ।
ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କନ୍ଧମାଳ, କେନ୍ଦୁଝର, ଗଞ୍ଜାମ ଓ ନୟାଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ହଲଦିଆ ସତର୍କତା ଜାରି କରାଯାଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ