Home ରାଜ୍ୟ ଏଣିକି ଅନଲାଇନରେ ହୋଇପାରିବ ରାସନ କାର୍ଡ଼ ପାଇଁ ଆବେଦନ ଓ ଧାନ ସଂଗ୍ରହ ପଞ୍ଜିକରଣ

ଏଣିକି ଅନଲାଇନରେ ହୋଇପାରିବ ରାସନ କାର୍ଡ଼ ପାଇଁ ଆବେଦନ ଓ ଧାନ ସଂଗ୍ରହ ପଞ୍ଜିକରଣ

ଭୁବନେଶ୍ୱର: ଏଣିକି ଆପଣ ଅନଲାଇନରେ ରାସନ କାର୍ଡ଼ ପାଇଁ ଆବେଦନ କରିପାରିବେ। ଫାଇଭ୍‌ ଟି (5T) ବ୍ୟବସ୍ଥା ଅଧୀନରେ ଧାନ ସଂଗ୍ରହ ପଞ୍ଜିକରଣ ବି ଅନଲାଇନରେ ହୋଇପାରିବ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚାରିଟି ସେବା ପାଇଁ ଅନ୍‌ଲାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି ।

ଧାନ ବିକ୍ରୟ ପାଇଁ ଚାଷୀ ମାନଙ୍କ ପଞ୍ଜୀକରଣ, ରାସନ କାର୍ଡ ପାଇଁ ଆବେଦନ ଓ ସଂଶୋଧନ ଇତ୍ୟାଦି, ସୁଲଭ ମୂଲ୍ୟ ଦୋକାନ ପାଇଁ ଲାଇସେନ୍‌ସ ଫି ପ୍ରଦାନ ଓ ସୁଲଭ ମୂଲ୍ୟ ଦୋକାନମାନଙ୍କ ଦ୍ବାରା ଖାଦ୍ୟଶସ୍ୟର ମୂଲ୍ୟ ପ୍ରଦାନ ପାଇଁ ଅନଲାଇନ ବ୍ୟବସ୍ଥା କରାଯାଇଛି। ଏସବୁ ସୁବିଧା  www.foododisha.in ର citizen Services ଲିଙ୍କରେ ମିଳିପାରିବ।

“ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ପାଇଁ, ଅର୍ଥାତ ଜଣେ ବି ଗରିବ ଲୋକ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୋଇ ଘରେ ବସି ସବୁ ସୁବିଧା ପାଇପାରିବା ଲକ୍ଷରେ, ଏପରି ଅନଲାଇନ ବ୍ୟବସ୍ଥା କରାଯାଇଛି,’’ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନଲାଇନ ବ୍ୟବସ୍ଥାର ଶୁଭାରମ୍ଭ କରିବା ବେଳେ କହିଛନ୍ତି । ଏହି ସୁବିଧାଗୁଡ଼ିକୁ ଅନଲାଇନ୍‌ କରିବା ଦ୍ୱାରା ସ୍ବଚ୍ଛତା ଓ ଦକ୍ଷତାରେ ଗୁଣାତ୍ମକ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି ।