ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୮୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୬୭୨ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୮୨ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୬୯୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
22. Mayurbhanj: 70
23. Nawarangpur: 30
24. Nayagarh: 105
25. Nuapada: 3
26. Puri: 80
27. Rayagada: 98
28. Sambalpur: 36
29. Sonepur: 22
30. Sundargarh: 119New Recoveries: 1785
Cumulative Tested: 724354
Positive: 50672
Recovered: 34805
Active Cases: 15509— I & PR Department, Odisha (@IPR_Odisha) August 12, 2020
୧୮୭୬ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ୨୯୭ଟି, ଗଞ୍ଜାମରୁ ୨୬୦ଟି, ସୁନ୍ଦରଗଡ଼ରୁ ୧୧୯ ଟି ମାମଲା ଚିହ୍ନଟ ହୋଇଛି । ସେହିପରି କଟକରୁ ୧୦୯ଟି, ନୟାଗଡ଼ରୁ ୧୦୫ଟି, ରାୟଗଡ଼ାରୁ ୯୮ଟି ମାମଲା ଚିହ୍ନଟ ହୋଇଛି । ସେହିପରି କୋରାପୁଟରୁ ୭୭ଟି, ଗଜପତିରୁ ୭୧ଟି ଓ ମୟୁରଭଞ୍ଜରୁ ୭୦ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ।
୧୮୭୬ ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୫୦୬୭୨ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୫୫୦୯ ଥିବାବେଳେ ୩୪୮୦୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୮୫ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୭୨୪୩୫୪ ଟି କରୋନା ପରୀକ୍ଷା କରାଯାଇଛି ।