Home ଅପରାଧ ୭୧୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ, ମାଷ୍ଟର ମାଇଣ୍ତ ଗିରଫ

୭୧୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ, ମାଷ୍ଟର ମାଇଣ୍ତ ଗିରଫ

ରାଉରକେଲା : ଜିଏସ୍‌ଟିରେ ବଡ ଘୋଟଲା। ହଜାରେ କି ଦୁଇ ହଜାରେ ନୁହେଁ ,ଏକା ଥରକରେ ୭୧୨ କୋଟି ଟଙ୍କାର ଜାଲ ବିଲ ରାକେଟର ବର୍ଦ୍ଦାଫାଶ ହୋଇଛି ।

ଜାଲ ବିଲ ମାଧ୍ୟମରେ ଷ୍ଟିଲ ସିଟି ରାଉରକେଲାରେ ୧୨୯.୦୯ କୋଟି ଟଙ୍କାର ଜିଏସଟି ଠକେଇର ଫର୍ଦ୍ଦାଫାସ । ଘଟଣାରେ ମଧୁମିତା ଷ୍ଟିଲ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶକ ଶ୍ରୀ କାଶ୍ମୀରା ଅଗ୍ରୱାଲଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ।

ଓଡ଼ିଶା ଜିଏସଟି ଆଇନ ୨୦୧୭ ଧାରା ୧୩୨(୧) (କ) ଏବଂ (ଖ) ଏବଂ ୧୩୨ (୪) ଅନୁଯାୟୀ ଜାମିନ ବିହିନ ଧର୍ତ୍ତବ୍ୟ ଅବରାଧ ପାଇଁ ଗିରଫ କରାଯାଇଛି ।ତେବେ ପୂର୍ବରୁ ମଧ୍ୟ ଏନଫୋର୍ସମେଣ୍ଟ ବିଭାଗ ଏହି ରାକେଟର ଅନ୍ୟ ଅପରାଧୀମାନଙ୍କୁ ଗିରଫ ରକିଛି । କାଶ୍ମୀରାଙ୍କ  ବାସଭବନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟ ୧୩ ବ୍ୟବସାୟିକ ପ୍ରତିଷ୍ଠାନରେ ଏକ ସମୟରେ ଚଢାଉ କରିଥିଲା ଜିଏସଟି ଟିମ୍ ।ଚଡ଼ାଉ ସମୟରେ କାଶ୍ମୀରାଙ୍କ ଠାରୁ  ଜବତ ରବର ଷ୍ଟାମ୍ପ, ବ୍ୟାଙ୍କ ପାସବୁକ ଓ ଅନ୍ୟ କାଗଜ ପତ୍ରରୁ  ଭୂତ ଅନୁଷ୍ଠାନ ନାଁରେ ବେଆଇନ କାରବାରର ସୁରାକ ମିଳିଥିଲା ।

ତେବେ ଏସବୁ ଭୁତ ବ୍ୟବସାୟୀକ ପ୍ରତିଷ୍ଠାନ ବୋଲି ଅନୁସନ୍ଧାନରୁ ଜଣପଡ଼ିଛି । ଏନେଇ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା ବେଳେ, ୭୧୨ କୋଟି ଟଙ୍କାର ଜାଲ ବିଲ୍ ରାକେଟର ପର୍ଦ୍ଦାଫାଶ ହୋଇଥିଲା ।