Home ରାଜ୍ୟ ରାଜ୍ୟରେ ଦିନକୁ ହେବ ୧୫ ହଜାର କରୋନା ପରୀକ୍ଷଣ : ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଦିନକୁ ହେବ ୧୫ ହଜାର କରୋନା ପରୀକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ କୋରୋନା ମୁକାବିଲାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ଏବଂ ଏହାସହ ଜଡିତ ପରିସ୍ଥିତି ସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ବିଭିନ୍ନ ପ୍ରସଙ୍ଗ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପ୍ରତିଦିନ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରତିଦିନ ୩୫୦୦ ଟେଷ୍ଟିଂ କରାଯାଉଛି । ଆଗାମୀ ଦିନରେ ବାରିପଦା, ବାଲେଶ୍ବର, କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟ ଟେଷ୍ଟ ସୁବିଧାର ବିକାଶ କରାଯିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬ ହଜାର ଟେଷ୍ଟି ହୋଇଥିବା ବେଳେ ଏଥିରୁ ୧୭୦ଟି ପଜିଟିଭ ଆସିଛି । ସାରା ଦେଶରେ ପ୍ରତି ୧୦ ଲକ୍ଷରେ ୮୮୩ଟି ଟେଷ୍ଟିଂ ହେଉଥିବା ବେଳେ ପ୍ରତି ୧୦ଲକ୍ଷରେ ହଜାରେ ଟେଷ୍ଟିଂ କରାଯାଉଛି ।