Home ରାଜ୍ୟ ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍

ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍

ସମ୍ବଲପୁର : ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍ । ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ଆଜି ଦିନ ୧୦ଟାରେ ପାରମ୍ପରିକ ଭାବେ ପୂଜାର୍ଚ୍ଚନା ପରେ ଜଳଭଣ୍ଡାରର ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି ।

ଏନେଇ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ତଳମୁଣ୍ଡର ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି । ତଳମୁଣ୍ଡରେ ଥିବା ଜିଲ୍ଲାଗୁଡିକରେ ମହାନଦୀ ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି ।

ସେପଟେ ମାଇକ୍ ଯୋଗେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଉଛି । ବୁଧବାରର ରିପୋର୍ଟ ଅନୁସାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଥିଲା ୬୧୬ ଫୁଟ୍ । ଉପର ମୁଣ୍ଡର ପ୍ରବଳ ବର୍ଷା ଓ ଜଳଭଣ୍ଡାରକୁ ଜଳ ପ୍ରବେଶ ପାଇଁ ଚଳିତ ଥର ଗତବର୍ଷ ଅପେକ୍ଷା ଶୀଘ୍ର ଗେଟ୍ ଖୋଲାଯିବ ।