Home ରାଜ୍ୟ ୫ଦିନ ବନ୍ଦ ରହିବ ସରକାରୀ ବ୍ୟାଙ୍କ !

୫ଦିନ ବନ୍ଦ ରହିବ ସରକାରୀ ବ୍ୟାଙ୍କ !


ଭୁବନେଶ୍ୱର : ଆସନ୍ତ କାଲିଠାରୁ ସମସ୍ତ ସରକାରୀ ବ୍ୟାଙ୍କ ବନ୍ଦ ରହିବ । ସୂଚନା ଅନୁଯାଇ ଦୁଇଦିନ ଧରି ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ । ଆସନ୍ତାକାଲି ଡିସେମ୍ବର ୨୧ ଅର୍ଥାତ ଶୁକ୍ରବାର ଦିନ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ । ଏଥିଯୋଗୁ ସବୁ ସରକାରୀ ବ୍ୟାଙ୍କର କାର୍ଯ୍ୟାଳୟ ବନ୍ଦ ରହିବ । ଡିସେମ୍ବର ୨୨ ମାସ ଚତୁର୍ଥ ଶନିବାର ପଡୁଥିବାରୁ ସରକାରୀ ଓ ବେସରକାରୀ ବ୍ୟାଙ୍କ କାର୍ଯ୍ୟଳୟ ବନ୍ଦ ରହିବ । ସେିପରି ଡିସେମ୍ବର ୨୩ ରବିବାର ହେତୁ ବ୍ୟାଙ୍କ ଗୁଡିକ ଛୁଟି ରହିବ । ୨୪ ତାରିଖ ଦିନ ବ୍ୟାଙ୍କ ଗୁଡିକ ଖୋଲା ରହୁଥିବାବେଳେ ଡିସେମ୍ବର ୨୫ ତାରିଖ ବଡଦିନ କାରଣରୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଡିସେମ୍ବର ୨୬ ତାରିଖ ବ୍ୟାଙ୍କ କର୍ମଚାରୀମାନଙ୍କର ଧର୍ମଘଟ କାରଣରୁ ସରକାରୀ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଡିସେମ୍ବର ୨୧ ତାରିଖରୁ ଡିସେମ୍ବର ୨୬ ତାରିଖ ପର୍ଯନ୍ତ ୬ ଦିନରେ କେବଳ ଗୋଟିଏ ଦିନ ବ୍ୟାଙ୍କ ଖୋଲା ରହିବ । କିନ୍ତୁ ଧର୍ମଘଟ ସମୟରେ ବେସରକାରୀ ବ୍ୟାଙ୍କ ଗୁଡିକ ଖୋଲା ରହିବ ।