Home ରାଜ୍ୟ ୧୨ ଘଂଟିଆ ମୟୁରଭଂଜ ବନ୍ଦ; ଦୋକନ ବଜାର, ଗାଡ଼ି ଚଳାଚଳ ଠପ୍, ଜନଜୀବନ ଅସ୍ତବ୍ୟସ୍ଥ !

୧୨ ଘଂଟିଆ ମୟୁରଭଂଜ ବନ୍ଦ; ଦୋକନ ବଜାର, ଗାଡ଼ି ଚଳାଚଳ ଠପ୍, ଜନଜୀବନ ଅସ୍ତବ୍ୟସ୍ଥ !


ମୟୁରଭଂଜ: ପୁଣି ଜନଜୀବନ ସମସ୍ୟକୁ ନେଇ ୧୨ ଘଂଟିଆ ମୟୁରଭଂଜ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଗାଡ଼ି ଚଳାଚଳ ଠପ୍, ଦୋକାନ ବଜାର ବନ୍ଦ ହେବାସହ ଜନଜୀବନ ଅସ୍ତବ୍ୟସ୍ଥ ହୋଇ ପଡ଼ିଛି । ଆଜି ସକାଳୁ ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରିବାସହ ୪୯ ନଂମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଯାହାଦ୍ୱାରା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବିଶେଷକରି ଜିଲା୍ଲରେ ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ଓ ବିଗିଡ଼ା ଶିକ୍ଷା ବ୍ୟବସ୍ଥା ବିରୋଧରେ ସରକାରଙ୍କ ନିକଟରେ ସ୍ଥାଇ ପ୍ରତିକାର ପାଇଁ ଦାବି ଉଠୁଥିଲେ ମଧ୍ୟ ସରକାର କର୍ଣ୍ଣପାତ ନକରିବାରୁ ଏହି ବନ୍ଦ ଡାକରା ଦିଆଯାଇଥିବା ନେତୃତ୍ୱମାନେ ପ୍ରକାଶ କରିଛନ୍ତି । ଯଦି ପ୍ରଶାସନ ତୁରନ୍ତ ଦାବିକୁ କାର୍ଯ୍ୟକାରୀ ନକରନ୍ତି ତେବେ ଆନ୍ଦୋଳନକୁ ଜୋରଦାର କରିବା ନେଇ ଚେତାବନୀ ଦିଆଯାଇଛି । ତେବେ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ବିରୋଧ ବିଜେପି ରାଜ୍ୟ ତମାମ୍ ଏପରି ସରକାର ବିରୋଧି ଜନଆନ୍ଦେଳନ ସୃଷ୍ଟି କରିବା ପାଇ ଦଳ ଯୋଜନା କରିଛି ।