Home ରାଜ୍ୟ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ତାଳଚେର ସୁରକ୍ଷା ପରିଷଦ !

୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ତାଳଚେର ସୁରକ୍ଷା ପରିଷଦ !


ତାଳଚେର : ତାଳଚେର ସୁରକ୍ଷା ପରିଷଦ ପକ୍ଷରୁ ୪ ଦଫା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏଥିପାଇଁ ସରକାରୀ ଅଫିସ୍, ସକ୍ୁଲ, କଲେଜ,ଖଣିଖାଦାନ ସମେତ ଗାଡି ଚଳାଚଳ ବନ୍ଦ କରାଯାଇଛି । ସୁରକ୍ଷା ପରିଷଦ ବିଭିନ୍ନ ପ୍ରକାରର ଦାବିରେ ଯେପରିକି ଅସୁରକ୍ଷିତ ସହରବାସୀଙ୍କୁ ବିପଦ ମୁକ୍ତ କରାଇବା, ପ୍ରଦୂଷଣ ମୁକ୍ତ କରିବା, ଆବଶ୍ୟକୀୟ ଡାକ୍ତର ନିଯୁକ୍ତି ଏବଂ ବିଶୁଦ୍ଧ ପାଣି ଯୋଗାଣ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।