Home ରାଜ୍ୟ ୧୦% ସଂରକ୍ଷଣ କାର୍ଡ଼ ଖେଳି ଅଡୁଆରେ ବିଜେପି; କେଉଁଠୁ କାଟିକି ସାଧାରଣ ବର୍ଗକୁ ଦେବେ !

୧୦% ସଂରକ୍ଷଣ କାର୍ଡ଼ ଖେଳି ଅଡୁଆରେ ବିଜେପି; କେଉଁଠୁ କାଟିକି ସାଧାରଣ ବର୍ଗକୁ ଦେବେ !


ନୂଆଦିଲ୍ଲୀ: ଅଠାକାଠିରେ ପଡ଼ିଛି ବିଜେପି । ଗୋଟାଏ ପଟେ ଦେଶର ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନରେ ପରାଜୟ ବରଣ କରିଥିବା ବେଳେ ଦେଶର ଜନମତ ବିରୋଧୀଙ୍କ ସପକ୍ଷରେ ଯାଉଛି । ଠିକ୍ ଏତିକି ବେଳେ ଦେଶର ସମସ୍ତ ଟ୍ରେଡ଼ୟୁନିୟନ ସଂଗଠନ ସରକାରଙ୍କ ଜନମାରଣ ନୀତି, ଶ୍ରମିକ ମାରଣ ନୀତି ବିରୋଧରେ ଏକ ହୋଇ ଦେଶରେ ହରତାଲ ପାଇଁ ଆହ୍ୱାନ ଦେଇ ଦେଶକୁ ଅକାମି କରିଛି । ଏହି ଆନ୍ଦୋଳନରେ ବିଜେପି , ଏନଡ଼ିଏ କୁ ଛାଡ଼ିଦେଲ ପ୍ରାୟ ଦେଶର ସମସ୍ତ ଟ୍ରେଡ଼ୟୁନିୟନ ଓ ଦେଶର ଆଂଚଳିକ ଦଳର ନେତୃତ୍ୱମାନେ ଏହାକୁ ସମର୍ଥନ କରିଥିବା ବେଳେ ପ୍ରାୟ ୩୦ କୋଟିରୁ ଅଧିକ ଶ୍ରମିକ ଆନ୍ଦୋଳନରେ ସାମିଲ ହୋଇଥିବା ଜଣାପଡ଼ିଛି । ଆଗାମୀ କିଛିମାସ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ହେଉଥିବା ବେଳେ ଜନମତ ବିଗିଡ଼ି ଯାଉଥିବାରୁ ପୁଣି ମୋଦି ଖେଳିଛନ୍ତି ସଂରକ୍ଷଣ କାର୍ଡ଼ । ଗତ ୭ ତାରିଖରେ ପ୍ରଧାନମନ୍ତ୍ରୀ ପୁଣି ଦେଶବାସୀଙ୍କ ନିକଟରେ ସ୍ୱତସ୍ତ୍ର ଯୋଜନା ପ୍ରଣୟନ କରିଛନ୍ତି । ଯାହାକୁ ନେଇ ଦେଶରେ ଚାଲିଥିବା ସଂରକ୍ଷଣ ଅରକ୍ଷଣ ବିବାଦ ତେଜିବାରେ ଲାଗିଛି । ମୋଦି ଦେଶର ଆର୍ଥିକ ଅନଗ୍ରସର ସାଧାରଣ ବର୍ଗର୍ର ଲୋକମାନଙ୍କ ପାଇଁ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ପଛରେ ପକାଇ ଅଧିକ ୧୦% ସଂରକ୍ଷଣ ଘୋଷଣା କରିଛନ୍ତି । ଗତ ୭ତାରିଖରେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ପାସ ହୋଇଥିବା ବେଳେ ଗତକାଲି ଲୋକସଭାରେ ବହୁମତରେ ପାସ ହୋଇଛି । ଏହାକୁ ଆମ ରାଜ୍ୟ ସରକାର ଆଖିମୁଜି ସମର୍ଥନ କରିଦେଇଛନ୍ତି ।
ଅନ୍ୟପଟେ ମୋଦିଙ୍କ ଏହି ପ୍ରାୟସକୁ ଯଦି ଆମ୍ଭେମାନେ ପର୍ଯ୍ୟାଲୋଚନା କରୁ ତାହେଲେ ଏହା ଯେ କେବଳ ୨୦୧୯ ସାଧାରଣ ନିର୍ବାଚନ ଦୁଷ୍ଟି ରଖି ସୁହାଇାଭଳି ମହାକାଳ ଫଳ ଶଦୃଶ୍ୟ ହୋଇଛି । ଯେପରି ପୂର୍ବ ନିର୍ବାଚନରେ ମୋଦି କଳାଧନ ଫେରାଇ ଆଣି ପ୍ରତି ଲୋକଙ୍କ ବ୍ୟାଙ୍କ ଖାତାକୁ ୧୫ ଲକ୍ଷ ପ୍ରଦାନ କରିବା ଓ ଭିତିଭୁମିକୁ ଅନୁସରଣ ନକରି ବର୍ଷକୁ ୨ କୋଟି ବେକାରୀ ନିଯୁକ୍ତି କରିବାର ପ୍ରତିଶ୍ରୁତି ମିଳିଥିଲା । ଯାହା ଆଜି ଦେଶର ଛାତ୍ର , ଯୁବକ ,ମହିଳା. ଶ୍ରମିକ ଅଙ୍ଗେ ଅଙ୍ଗେ ଅନୁଭବ କରୁଛନ୍ତି । ଏଭଳି ତଥ୍ୟ ହିନ ଭିତିହିନ ଆଇନ ଅସମ୍ମତ ତଥା ସଂରକ୍ଷଣ ରାଜନୀତିରେ ଭଟ୍ଟା ପକାଇବା ନାଁରେ ସାଧାରଣ ବର୍ଗର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସଂରକ୍ଷଣ କାର୍ଡ଼ ଖେଳିଛନ୍ତି । ଏହା ପଛରେ ଥିବା ସମସ୍ୟାକୁ ଯଦି ଆଲୋଚନା କରାଯାଏ ତାହେଲେ ଏହା କେବଳ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଚାଲ୍ । ଏହି ଚାଲରେ ଫଶି ଯାଉଛନ୍ତି ଦେଶର କୋଟି କୋଟି ଜନତା, ଏତିକି ବେଳେ ଆମ ରାଜ୍ୟ ସରକାର ଲୋକସଭାରେ ସମର୍ଥନ କରି ଫସିଥିବା ଜଣାପଡ଼ିଛି ।
୧.ସମ୍ବିଧାନର ନିୟମ ଅନୁଯାୟୀ କୌଣସି ବର୍ଗର ଲୋକଙ୍କୁ ୫୦%ରୁ ଅଧିକ ସଂରକ୍ଷଣ ମିଳିପାରିବ ନାହିଁ
୨.ଏହାକୁ ଲାଗୁ କରିବାକୁ ହେେଲେ ସମ୍ବିଧାନକୁ ବଦଳାଇବାକୁ ପଡ଼ିବ ।
୩. ଏହାକୁ ଜଏଂଟ ପାଲ୍ୟାମେଂଟାରି କମିଟି ତଥା ଜେପିସିରେ ପର୍ଯ୍ୟାଲୋଚନା ସହମତିର ଆବଶ୍ୟକତା ରହିଛି ।
୪. ଯଦି ମୋଦି ସରକାର ଲୋକସଭା ଓ ରାଜ୍ୟସଭାରେ ପାସ କରିଦିଅନ୍ତି ତେବେ ୩ୟ ପ୍ରତିବନ୍ଧକ ଭାବେ ଉଚ୍ଚନ୍ୟୟଳୟ ଠିଆ ହେବ । କାରଣ ନିଶ୍ଚତ ଭାବେ ଅନ୍ୟାନ୍ୟବର୍ଗର ଲୋକମାନେ ଏନେଇ ନ୍ୟାୟଳାୟର ଦା୍ୱରସ୍ଥ ହୋଇ ଜନସ୍ୱାର୍ଥ ମାମଲା ଦାୟର କରିବେ । ଅପରପକ୍ଷେ ମୋଦି ଯଦି ୧୦% ସଂରକ୍ଷଣ ସାଧାରଣ ବର୍ଗର ଲୋକମାନଙ୍କୁ ଦିଅନ୍ତି ତେବେ ଏହାକୁ କେଉଁ କୋଟାରୁ କାଟିବେ । ସେଥିପାଇଁ ଅନ୍ୟାନ୍ୟ ବର୍ଗର ନେତୃତମାନେ ଚାହିଁ ରହିଛନ୍ତି ଆଉ ମୋଦି ବିରୋଧି ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । ଏହି ପରି ଭାବରେ ସଂରକ୍ଷଣ ରାଜନୀତି ଦେଶରେ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି । ଅନ୍ୟପଟେ କାହିଁକି ମୋଦି ଖେଳିଲେ ସଂରକ୍ଷଣ କାର୍ଡ଼ ? ନିକଟରେ ୫ ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଫଳାଫଳ ଯାହାହେଲା ସେଥିରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ ବେଳକୁ ମୋଦିଙ୍କର ସେହି ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି । ଯାହାକୁ ସୁପାରିଶ କରିବା ପାଇଁ ପ୍ରଧାନମନ୍ତ୍ରୀ ଏଭଳି ଅସମ୍ଭବ ଯୋଜନାକୁ ଘୋଷଣା କରିଛନ୍ତି ।