Home ରାଜ୍ୟ ହରଡ ଘଣାରେ ପ୍ରଶାସନ; ନିଜ ଭୁଲ ପାଇଁ ରାଜକୋଷରୁ ଗଣୁଛି ତଣ୍ଡ, ମଲା ଜିଇଁଲା ସବୁ...

ହରଡ ଘଣାରେ ପ୍ରଶାସନ; ନିଜ ଭୁଲ ପାଇଁ ରାଜକୋଷରୁ ଗଣୁଛି ତଣ୍ଡ, ମଲା ଜିଇଁଲା ସବୁ ଏକଠି !


ପାରାଦୀପ: ପୁଣି ହରଡ ଘଣାରେ ପ୍ରଶାସନ । ନିଜ ଭୁଲ ପାଇଁ ରାଜକୋଷରୁ ଗଣୁଛି ତଣ୍ଡ । ମଲା ଜିଇଁଲା ସବୁ ଏକଠି । ପ୍ରଶାସନ ନିଜ ଦୋଷ ଘୋଡ଼ାଇବା ପାଇଁ ନିରିହ ଡଙ୍ଗା ଚଳକକୁ ଅଟକ ରଖିଥିବା ବେଳେ କୁଜଙ୍ଗରେ ରାସ୍ତାଘେରିଲା ଗ୍ରାମବାସୀ । ଗୋଟାଏ ପଟେ ପ୍ରଶାସନ ଚାଳକକୁ ଛାଡ଼ି ଦେଇଥିବା ବେଳେ ମୃତକଙ୍କୁ ୧୦ଲକ୍ଷ ଦାବିରେ ରାଜରାସ୍ତାରେ ଅଡ଼ିକରି ବସିଛି ଗ୍ରାମବାସୀ । ରାଜ୍ୟରେ ବାରମ୍ବାର ଏପରି ନୌକା ଦୁର୍ଘଟଣା ହେଉଥିବା ବେଳେ ଏହାର ପ୍ରତିକାର ପାଇଁ ପ୍ରଶାସନ ତତ୍ପରତା ଦେଖିବାକୁ ମିଳୁନାହିଁ । ଯେତେବେଳେ ପୁଣି ଏକ ନୌକା ଦୁର୍ଘଟଣା ହୋଇଛି ସେତେବେଳେ ନିଜ ଦୋଷ ଲୁଚାଇବା ପାଇଁ ଅନ୍ୟକୁ ଦେଷାରୋପ କରିବାରେ ବ୍ୟସ୍ଥ ପ୍ରଶାସନ । ଯେଉଁଥିପାଇଁ ରାଜରାସ୍ତା ଘେରିଲାଣି ପ୍ରତିବାଦ ଶକ୍ତି । ସୂଚନାଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ମହାନଦୀ ନିପାଣିଆରେ ଡଙ୍ଗାବୁଡ଼ି ଘଟଣା ଯାହା ସାରା ରାଜ୍ୟର ଜନଗଣଙ୍କୁ ମର୍ମାହାତ କରିଛି । ଗତକାଲି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ହସିନା ଗାଁର ୧୭ ପରିବାର ନୂଆବର୍ଷ ପାଳନ ପାଇଁ ୫୫ଜଣ ବଣଭୋଜି କରିବା ପାଇଁ ଡଙ୍ଗା ଯୋଗେ ହୁକିଟୋଲା ଯାଇଥିଲେ । ମାତ୍ର ସେଠାରୁ ଫେରିବା ବାଟରେ କେନ୍ଦ୍ରାପଡ଼ା ନିପାଣିଆ ମହାନଦୀ ମୁହାଣରେ ଡଙ୍ଗାଟି ବୁଡ଼ିଯାଇଥିଲା । ଡଙ୍କାର କ୍ଷମତା ୧୦ଜଣ ପାଇଁ କ୍ଷମତା ଥିବା ବେଳେ ୫୫ ଜଣ ଯାଉଥିଲେ । ଯାହାକୁ ନେଇ ଏପରି ଦୁର୍ଘଟଣା ଘଟିଥିବା ନାବିକକୁ ପ୍ରଶାସନ ଦୋସାରପ କରିବା ସହ ନାବିକକୁ ଅଟକ ରଖିଥିଲା ।
ଡଙ୍ଗା ନାବିକର ଘର ହସିନା ଗାଁରେ ହୋଇଥିବା ବେଳେ ଏହି ଦୁର୍ଘଟଣାରେ ତାର କୁନି ଝିଅ ମୃତ୍ୟୁ ହୋଇଛି । ଏପରି ସମୟରେ ପ୍ରାଶାସନ ନାବିକକୁ ଅଟକ ରଖିଥିବାରୁ ପାରଦ୍ୱୀପ କୁଜଙ୍ଗରେ ରାସ୍ତାରୋକ୍ ହୋଇଥିବା ବେଳେ ପ୍ରଶାସନ ବାଧ୍ୟହୋଇ ନାବିକକୁ ଛାଡ଼ି ଦେଇଛି । ଅନ୍ୟପଟେ ମୃତକୁମାନଙ୍କୁ ମୁଖ୍ୟମନ୍ତ୍ରୀ ରାଜକୋଷରୁ ୪ଲକ୍ଷ ସହାୟତା ଘୋଷଣା କରିଥିବା ବେଳେ ଆନ୍ଦୋଳନକାରୀ ୧୦ଲକ୍ଷ ଦାବିରେ ରାଜରାସ୍ତାରେ ଜିଦ୍ରେ ଅଟଳ ରହିଛନ୍ତି ।