Home ଖେଳ ହକି : ବିଶ୍ୱ ବଜେତାର ମୁକୁଟ ପିନ୍ଧିଲା ବେଲଜିୟମ !

ହକି : ବିଶ୍ୱ ବଜେତାର ମୁକୁଟ ପିନ୍ଧିଲା ବେଲଜିୟମ !

222


ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଅନୁଷ୍ଠିତ ହକି ବିଶ୍ୱକପ୍ ଫାଇନାଲରେ ବେଲଜିୟମ ବାଜି ମାରି ନେଇଛି । ଏହି ଫାଇନାଲ ମ୍ୟାଚଟି ବେଲଜିୟମ-ନେଦରଲ୍ୟାଣ୍ଡ ମଧ୍ୟରେ ଜବରଦସ୍ତ ଟକ୍କର ହୋଇଥିଲା । ଯାହା ବେଲଜିୟମ ୩-୨ ଗୋଲରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି । କ୍ୱାର୍ଟର ପର‌୍ୟ୍ୟାୟରେ ଉଭୟ ଦଳ କେହି କାହାରିକୁ ଗୋଲ ଦେବାରେ ସମର୍ଥ ହୋଇନଥିଲେ । ଏହା ପରେ ଫଳାଫଳ ନିର୍ଭର କରିଥିଲା ପେନାଲଟି ସୁଟଆଉଟ୍ ଉପରେ । ପେନାଲଟି ସୁଟଆଉଟର ପ୍ରଥମ ସଟରେ ଗୋଲ ମାରିଥିଲା ନେଦରଲାଣ୍ଡ । ସେପଟେ ପ୍ରଥମ ଦୁଇଟି ସଟ ଗୋଲ ମାରିବାରେ ବିଫଳ ହୋଇଥିଲା ବେଲଜିୟମ୍ । ନେଦରଲାଣ୍ଡର ଗୋଲକିପର ଅତ୍ୟନ୍ତ ସୁନ୍ଦର ପ୍ରଦର୍ଶନ କରିବା ସହ ବେଲଜିୟମର ଦୁଇଟି ସଟ୍ ରୋକିବାରେ ସଫଳ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପେନାଲଟି ସୁଟଆଉଟ୍ ୨-୨ରେ ବରାବର ରହିଥିଲା । ଏହା ପରେ ସଡନ୍ ଡେଥର ପ୍ରଥମ ସଟରେ ଗୋଲ କରିବାକୁ ସକ୍ଷମ ହୋଇଥିଲା ବେଲଜିୟମ୍ । ଏହା ପରେ ଗୋଲ କରିବାରେ ବିଫଳ ହୋଇଥିଲା ନେଦରଲାଣ୍ଡ । ଯାହା ଫଳରେ ନେଦରଲାଣ୍ଡକୁ ୩-୨ ଗୋଲରେ ହରାଇ ବିଶ୍ୱ ବିଜେତା ବନିଥିଲା ବେଲଜିୟମ ।