Home ଖେଳ ହକି ବିଶ୍ୱକପ୍ ରୁ ବାଦ ପଡ଼ିଲା ଟିମ୍ ଇଣ୍ଡିଆ !

ହକି ବିଶ୍ୱକପ୍ ରୁ ବାଦ ପଡ଼ିଲା ଟିମ୍ ଇଣ୍ଡିଆ !

216


ଭୁବନେଶ୍ୱର : ହକି ବିଣ୍ୱକପ୍ ଅଭିଯାନରୁ ଗତକାଲି ଟିମ୍ ଇଣ୍ଡିଆ ବାଦ ପଡ଼ିଛି । ନେଦରଲ୍ୟାଣ୍ଡ ବିପକ୍ଷରେ ଗତକାଲି ଖେଳାଯାଇଥିବା କ୍ୱାଟରଫାଇନାଲ ମ୍ୟାଚରେ ୨-୧ ଗୋଲରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ଭାରତ ପାଇଁ ଥିଲା କର ବା ମର ସ୍ଥିତି ରହିଥିଲା । ସେଥିଲାଗି ଭାରତ ଶେଷ ମିନିଟ୍ ପର୍ଯ୍ୟନ୍ତ ଜିଜାନ ଲଗାଇ ଦେଇଥିଲା । ଏହି ପରାଜୟ ସହ ଭାରତ ସେମିଫାଇନାଲରୁ ବାଦ ପଡ଼ିଛି । ତେବେ ଭାରତକୁ ସେମିଫାଇନାଲ ମ୍ୟାଚରୁ ବାହାର କରିଥିବା ନେଦରଲ୍ୟାଣ୍ଡ ଟିମ୍ ପରବର୍ତ୍ତୀ ମ୍ୟାଚରେ ଅଷ୍ଟେଲିଆକୁ ଭେଟିବ । ତେବେ ମ୍ୟାଚ୍ ପରେ ଭାରତୀୟ ଟିମ୍ ପକ୍ଷରୁ ଯେଉଁ ପ୍ରେସମିଟ୍ କରାଯାଇଥିଲା ସେଥିରେ ପରାଜୟ ପାଇଁ ଅମ୍ପାୟରଙ୍କ ଭୁଲ ନିଷ୍ପତିକୁ ଦାୟୀ କରିଛନ୍ତି ଅଧିନାୟକ ଓ କୋଚ୍ ହରେନ୍ଦ୍ର ସିଂ । ଏହା ପୂର୍ବରୁ ପ୍ରଥମେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ବେଲଜିୟମ ଜର୍ମାନୀକୁ ୨-୧ ଗୋଲରେ ହରାଇ ସେମିଫାଇନାଲରେ ପହଂଚିଛି । ପରବର୍ତ୍ତୀ ମ୍ୟାଚରେ ବେଲଜିୟମ ଲଣ୍ଡନକୁ ଭେଟିବ ।