Home ଖେଳ ହକି ବିଶ୍ୱକପ୍ : ପାକିସ୍ତାନକୁ ୫-୧ରେ ପରାସ୍ତ କଲା ନେଦରଲ୍ୟାଣ୍ଡ !

ହକି ବିଶ୍ୱକପ୍ : ପାକିସ୍ତାନକୁ ୫-୧ରେ ପରାସ୍ତ କଲା ନେଦରଲ୍ୟାଣ୍ଡ !


ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତ କାଲି ଖେଳା ଯାଇଥିବା ହକି ବିଶ୍ୱକପ୍ ମ୍ୟାଚରେ ନେଦରଲ୍ରଣ୍ଡ ପାକିସ୍ତାନକୁ ୫-୧ ରେ ପରାସ୍ତ କରିଛି । ପୁଲ ଡି ଶେଷ ଲିଗ୍ ମ୍ୟାଚରେ ପାକିସ୍ତାନ ହାରି ମଧ୍ୟ ବେଳ୍ ଜିୟମ୍ ସହିତ କ୍ରସ୍ ଓଭର ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ରେ ନେଦରଲ୍ୟାଣ୍ଡ ପ୍ରଥମେ ଗୋଲ୍ ଦେଇ ଆଗୁଆ ରହିଥିଲ । କିନ୍ତୁ କିଛି ସମୟ ପରେ ପାକିସ୍ତାନ ଗୋଲ କରି ୧-୧ରେ ବରାବର କରିଥିଲା । କିନ୍ତୁ ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ନେଦରଲ୍ୟାଣ୍ଡ ୨-୧ରେ ଆଗୁଆ ଥିଲା। ଶେଷ କ୍ୱାର୍ଟରରେ ପାକିସ୍ତାନ ଉପରେ ଆହୁରି ଗୋଲ୍ ପରେ ଗୋଲ୍ ବର୍ଷା କରିଥିଲା ନେଦରଲ୍ୟାଣ୍ଡ । ଅନ୍ୟପକ୍ଷରେ ପୁଲ୍ ଡିର ପ୍ରଥମ ଲିଗ ମ୍ୟାଚରେ ଜର୍ମାନୀ ମାଲେସିଆକୁ ୫-୩ ଗୋଲରେ ପରାସ୍ତ କରି ସିଧା କ୍ୱାର୍ଟର ଫାଇନାଲ ଖେଳିବାପାଇଁ ସ୍ଥାନ ପକ୍କା କରିଛି। ୩ଟି ମ୍ୟାଚରୁ ଜର୍ମାନୀକୁ ୯ ପଏଣ୍ଟ ମିଳିଛି। ଏହି ମ୍ୟାଚରେ ପରାସ୍ତ ହେବାସହିତ ମାଲେସିଆରର ବିଶ୍ୱକପ୍ ଅଭିଯାନ ଶେଷ ହୋଇଯାଇଛି।