Home ଖେଳ ହକି : କ୍ୱାଟର ଫାଇନାଲରେ ପହଂଚିଲେ ଇଂଲଣ୍ଡ ଓ ଫ୍ରାନ୍ସ !

ହକି : କ୍ୱାଟର ଫାଇନାଲରେ ପହଂଚିଲେ ଇଂଲଣ୍ଡ ଓ ଫ୍ରାନ୍ସ !


ଭୁବନେଶ୍ୱର : ଆରମ୍ଭ ହୋଇଯାଇଛି କ୍ରସ ଓଭର । ଗତକାଲି ପ୍ରଥମ କ୍ରସ ଓଭର ମ୍ୟାଚରେ ନ୍ୟୁଜୁଲ୍ୟାଣ୍ଡକୁ ୨-୦ରେ ହରାଇ କ୍ୱାଟର ପାଇନାଲକୁ ଇଂଲଣ୍ଡ ପ୍ରବେଶ କରିଛି । ସେହିପରି ଦ୍ୱିତୀୟ କ୍ରସ ଓଭର ମ୍ୟାଚରେ ଚୀନକୁ ୧-୦ରେ ହରାଇ ଫ୍ରନ୍ସ କ୍ୱାଟର ଫାଇନାଲକୁ ପ୍ରବେଶ କରିଛି । ତେବେ ଏହି ହକି ବିଶ୍ୱକପ୍ ମ୍ୟାଚରୁ ନ୍ୟୁଜିଲ୍ୟାଣ୍ଡ ଓ ଚୀନ ବାହାରି ଯାଇଛନ୍ତି । ଆଜି ଦ୍ୱିତୀୟ ଦିନ କ୍ରସଓଭର ମ୍ୟାଚରେ ବେଲଜିୟମ୍ ବନାମ ପାକିସ୍ଥାନ ଏବଂ ଅନ୍ୟ ଏକ ମ୍ୟାଚ୍ ନେଦରଲାଣ୍ଡ ବନାମ କାନାଡା ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ । ତେବେ ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ଇଂଲଣ୍ଡ ବନାମ ଆର୍ଜେଟିଂନା ଏବଂ ଅନ୍ୟଏକ ମ୍ୟାଚ ଫ୍ରାନ୍ସ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ । ଆଜି ମ୍ୟାଚ ଶେଷ ହେବା ପରେ କ୍ୱାର୍ଟର ଫାଇନାଲର ପୁରା ସୂଚୀ ସାମ୍ନାକୁ ଆସିବ । ତେବେ ସମସ୍ତଙ୍କ ମନରେ ରହିଛି ଗୋଟିଏ ପ୍ରଶ୍ନ, କ୍ୱାର୍ଟର ଫାଇନାଲରେ ଭାରତ କାହା ବିପକ୍ଷରେ ଖେଳିବ । ତେବେ ଆଜି ନେଦରଲାଣ୍ଡ ଏବଂ କାନାଡା ମଧ୍ୟରେ କ୍ରସଓଭର ମ୍ୟାଚ ପରେ, ଯେଉଁ ଦଳ ଦଳ ଜିତିବ ସେହି ଦଳ କ୍ୱାର୍ଟର ଫାଇନାଲରେ ଭାରତକୁ ଭେଟିବ ।