Home ଖେଳ ହକି : ଆଜି ଭାରତ-ବେଲଜିୟମ ଟକ୍କର !

ହକି : ଆଜି ଭାରତ-ବେଲଜିୟମ ଟକ୍କର !

ହକି : ଆଜି ଭାରତ-ବେଲଜିୟମ ଟକ୍କର !
ଭୁବନେଶ୍ୱର : ଆଜି ମ୍ୟାଚରେ ସିଧାସଳଖ କ୍ୱାଟର ଫାଇନାଲରେ ଯିବାକୁ ଳକ୍ଷ୍ୟ ରଖିବେ ଉଭୟ ଦଳ । ସନ୍ଧ୍ୟା ୭ଟାରେ ଦେଖିବାକୁ ମିଳିବ ଏହି ହାଇ ଭୋଲଟେଜ ମ୍ୟାଚ । ଭାରତ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ମ୍ୟାଚରେ ହରାଇବା ପରେ ଭାରତର ମନୋବଳ ଦୃଢ ରହିଛି । ଏବେ ସେହି ଧାରାକୁ ଆଗକୁ ନେଇ ବେଲଜିୟମ ବିପକ୍ଷରେ ଖେଳିବାକୁ ଭାରତୀୟ ଦଳ ପ୍ରସ୍ତୁତ ହୋଇଛି ।ଖେଳା ଯାଇଥିବା ପୂର୍ବ ମ୍ୟାଚରେ ଆଫ୍ରିକା ବିରୋଧରେ ମନଦୀପ ସିଂହ, ସମ୍ରନଜିତ ସିଂହ, ଆକାଶଦୀପ ସିଂହ ଓ ଲଳିତ ଉପାଧ୍ୟାୟ ଭଲ ପ୍ରଦର୍ଶନ କରିଥିଲେ । ଗୋଟିଏ ଗୋଟିଏ ଭୁଲ ଭାରତର ବିଶ୍ୱକପ୍ ରେ ଆଶା ଓ ଅଭିଳାଷକୁ ପାଣିରେ ମିଳାଇ ଦେବାର ଆଶଙ୍କା ବି ରଖିଛି। ପେନାଲ୍ଟି କର୍ନର ଉଭୟ ଦଳ ପାଇଁ ଚିନ୍ତାର କାରଣ ରହିଛି। ତେବେ କିଲିଙ୍ଗ ଷ୍ଟାଡିୟମରେ ଆଜି ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।