Home ରାଜ୍ୟ ସିବିଏସଇ: ଫେବୃଆରୀ ୧୫ରୁ ଦ୍ୱାଦଶ ଓ ୨୧ରୁ ଦଶମ ପରୀକ୍ଷା

ସିବିଏସଇ: ଫେବୃଆରୀ ୧୫ରୁ ଦ୍ୱାଦଶ ଓ ୨୧ରୁ ଦଶମ ପରୀକ୍ଷା


ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ( ସିବିଏସଇ ) ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଚଳିତ ବର୍ଷ ସିବିଏସଇ ପକ୍ଷରୁ ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି । ଫେବୃଆରୀ ୧୫ରୁ ୧୨ଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇ ଏପ୍ରଲ୍ ୩ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଫେବୃଆରୀ ୨୧ରୁ ୧୦ମ ଶ୍ରେଣୀ ପରୀକ୍ଷା ଆମ୍ଭ ହୋଇ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଛାତ୍ରାଛାତ୍ରୀମାନେ ସିବିଏସଇର ୱେବସାଇଟ cbse.nic.in ରେ ସଂପୂର୍ଣ୍ଣ ପରୀକ୍ଷା ସୂଚୀ ଦେଖିପାରିବେ ଓ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।